IPL 2020: ପୁରନ୍‌ଙ୍କ ଛକାକୁ ଆଖି ପାଇଲାନି, ୧୦୦ ମିଟର ଉଚ୍ଚକୁ ବଲ୍‌ ମାରି ରେକର୍ଡ କଲେ KXIPର ବ୍ୟାଟ୍ସମ୍ୟାନ୍‌

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ବିପକ୍ଷ ମ୍ୟାଚ୍‌ରେ ହାରିଛି କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ। ମ୍ୟାଚ୍‌ ହାରି ମଧ୍ୟ ଖେଳ ପ୍ରେମୀଙ୍କ ମନ ଜିତିବାରେ ସକ୍ଷମ ହୋଇଛନ୍ତି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ନିକୋଲାସ୍‌ ପୁରନ୍‌। ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ପାଖରୁ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଯଦିଓ ନିଜର ହାର ସ୍ବିକାର କରିଥିଲା କିନ୍ତୁ ଦ୍ରୁତ ଅର୍ଦ୍ଧଶତକ ଓ ଦୀର୍ଘ ଛକା ମାରି ଫ୍ୟାନଙ୍କ ମନରେ ନିଆରା ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି ନିକୋଲାସ୍‌ ପୁରନ।

ବାମହାତି ବ୍ୟାଟ୍ସମ୍ୟାନ୍‌ ପୁରନ୍‌ ଗତକାଲି ମ୍ୟାଚ୍‌ରେ ୩୭ ବଲ୍‌ରେ ୭୭ ରନ୍‌ କରିଥିଲେ। କିନ୍ତୁ ସେ ମାରିଥିବା ଛକାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଯଦିଓ ପୁରନ ନିଜ​ର ବେଷ୍ଟ ଦେଇଥିଲେ କିନ୍ତୁ ତାଙ୍କୁ ସହଯୋଗ ମିଳିନଥିଲା। ଫଳରେ ମ୍ୟାଚ୍‌ ଏକପାଖିଆ ହୋଇଯାଇଥିଲା। ବହୁ କଷ୍ଟ ପରେ ବି ଜିତ କିଙ୍ଗସ୍‌ ଇଲେଭେନ୍‌ ସପକ୍ଷରେ ଯାଇନଥିଲା।

ମ୍ୟାଚ୍‌ର ମଧ୍ୟଭାଗରେ ପୁରନ୍‌ଙ୍କ ଦମଦାର ବ୍ୟାଟିଂ ଖେଳପ୍ରେମୀଙ୍କୁ ଆମୋଦିତ କରିଥିଲା। ବିଶେଷ କରି ଗତକାଲିର ମ୍ୟାଚ୍‌ରେ ଦୁଇଟି ରେକର୍ଡ ନିଜ ନାଁରେ କରିଥିଲେ ପୁରନ୍‌। ୧୦୦ ବା ଅଧିକ ମିଟର ଦୀର୍ଘ ୩ଟି ଛକା ମାରିଥିଲେ ପୁରନ୍‌। ଏହାସହ ସେ ପ୍ରଥମ ଖେଳାଳି ଭାବେ ଏହି ରେକର୍ଡ ରଚିଛନ୍ତି। ୧୦୬ ମିଟର ଦୀର୍ଘ ଲମ୍ବା ଛକା ସମେତ ଅନ୍ୟ ଦୁଇ ଛକା ଯାଥାକ୍ରମେ ୧୦୦ ଓ ୧୦୫ ମିଟର ଲମ୍ବା ଥିଲା। ଏହାସହ ଏହି ମ୍ୟାଚ୍‌ରେ କେବଳ ୧୭ ବଲ୍‌ରେ ଦ୍ରୁତ ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲେ ନିକୋଲାସ୍‌ ପୁରନ୍‌।

ସୂଚନାଯୋଗ୍ୟ ଯେ, ଗୁରୁବାର ମ୍ୟାଚ୍‌ରେ ୨୦୨ରନର ପିଛା କରୁଥିବା ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ଆଜି କେଏଲ ରାହୁଲ କିମ୍ବା ମୟଙ୍କ ଅଗ୍ରଓ୍ୱାଲଙ୍କ ବ୍ୟାଟ୍ ଚାଲି ନଥିଲା ।  ଦଳ ସଅଳ ଓ୍ୱିକେଟ୍ ହରାଇଥିଲା । ରାହୁଲ ୧୧ ରନ୍ କରି ଆଉଟ ହୋଇଥିବା ବେଳେ ମୟଙ୍କ ୯ ରନ୍ କରିଥିଲେ । ତେବେ ନିକୋଲାସ ପୁରନ ଏକା ସଙ୍ଘର୍ଷ ଜାରି ରଖିଥିଲେ ।

ରନ୍ ରେଟ୍ ଅଧିକ ଥିଲେ ମଧ୍ୟ ଲଗାତାର ଓ୍ୱିକେଟ୍ ହରାଇବା ଦଳ ପାଇଁ ସଙ୍କଟ ସୃଷ୍ଟି କରିଥିଲା ।  ଶେଷରେ ପୁରନ ୭୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ପଞ୍ଜାବ ବିଜୟ ଆଶା ମଉଳି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୭ ଓ ପ୍ରାଭସିମ୍ରନ ସିଂ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଦଳ ମାତ୍ର ୧୬.୫  ଓଭରରେ ୧୩୨ରେ ଅଲଆଉଟ୍ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.