କୁଏତରେ ରାଜନୈତିକ ସଙ୍କଟ: ମନ୍ତ୍ରିମଣ୍ଡଳର ସାମୂହିକ ଇସ୍ତଫା, ଚୌକି ଛାଡ଼ିପାରନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 13, 2021 IST

ଦୁବାଇ ୧୩/୦୧: କୁଏତରେ ରାଜନୈତିକ ସଙ୍କଟ ଉଗ୍ରରୂପ ଧାରଣ କରିଛି। କୁଏତରେ ସରକାର ଓ ସାଂସଦଙ୍କ ମତଭେଦ ମଧ୍ୟରେ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଇଛନ୍ତି। ସଂସଦକୁ ନୂଆ କରି ନିର୍ବାଚିତ ହୋଇଥିବା ୬୦ ପ୍ରତିଶତ ସାଂସଦ ମନ୍ତ୍ରୀମଣ୍ଡଳ ନିଯୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଲଗାତର ପ୍ରଶ୍ନ କରିଆସୁଥିଲେ। ଯାହାକୁ ନେଇ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି।

ଚଳିତ ମାସ ଆରମ୍ଭରେ ପାଖାପାଖି ୩୦ ସାଂସଦ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ସମର୍ଥନ କରିଥିଲେ। ଯାହାକି ଦର୍ଶାଉଛି ଦେଶରେ ଚାଲିଥିବା ରାଜନୈତିକ ଗତିରୋଧ ପାଇଁ ଅସ୍ଥିରତା ବୃଦ୍ଧି ପାଇଛି। ସରକାରଙ୍କ ଉପରେ ଲୋକଙ୍କ ଭରସା କମୁଥିବାରୁ ଦେଶକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି।

ସଂସଦର ପୂରୁଣା ଅଧ୍ୟକ୍ଷଙ୍କୁ ପୁଣିଥରେ ନିଯୁକ୍ତ କରିବାକୁ ନେଇ ନୂଆ ସାଂସଦଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦେଶରେ ପୁଣିଥରେ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବା ନେଇ ସାଂସଦ ମଧ୍ୟ ଅଭିଯୋଗ କରିଥିଲେ। ଅଧ୍ୟକ୍ଷଙ୍କ ସମ୍ପର୍କ ବଡ଼ ବ୍ୟବସାୟୀଙ୍କ ଘର ସହ ରହିଛି।

ବିରୋଧୀ ସାଂସଦଙ୍କ ଦାବି, ପ୍ରଧାନମନ୍ତ୍ରୀ ଏବେ ନିଜର ଇସ୍ତଫା ପତ୍ର ଅମୀର ଶେଖ ନବାଫ ଅଲ ମହମ୍ମଦ ଅଲ ସବାହଙ୍କୁ ଦେଇ ଦେବା ଦରକାର। ତେବେ ସବାହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.