Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

Covid-19: ଭାରତରୁ ବାଣିଜ୍ୟିକ ଉଡାଣ ବାତିଲ କଲା କ୍ୱେତ୍

24/04/2021 at 4:59 PM

ଦୁବାଇ ୨୪।୪: କରୋନା ଭାଇରସ ମହାମାରୀରେ ଭାରତର ପରିସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କ୍ୱେତ୍‌ ଶନିବାର ଭାରତରୁ ସିଧା ଆସୁଥିବା ବାଣିଜ୍ୟିକ ବିମାନ ଉପରେ କଟକଣା ଜାରି କରିଛି। ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି ସବୁ ବିମାନ ବାତିଲ ହୋଇଯାଇଛି। କ୍ୱେତ୍‌ ବେ ସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ସୂଚନା ଦେଇଥିବା ବେଳେ ଏପ୍ରିଲ ୨୪ ତାରିଖରୁ ଭାରତରୁ ସିଧା ଆସୁଥିବା କମର୍ସିଆଲ ଫ୍ଲାଇଟ୍‌ ବାତିଲ ହୋଇଥିବା ଘୋଷଣା କରିଛନ୍ତି।

ମହାନିର୍ଦ୍ଦେଶାଳୟ ଏକ ଟ୍ୱିଟ୍‌ ବାର୍ତ୍ତାରେ ଏହି ସୂଚନା ଦେଇଥିବା ବେଳେ ଭାରତରୁ ସିଧା ଆସନ୍ତୁ ଅଥବା ଅନ୍ୟ କେଉଁ ଦେଶରୁ ଯେଉଁ ଭାରତୀୟ ଯାତ୍ରୀ ବିମାନରେ ଆସିଛନ୍ତି ସେମାନେ ଅନୁନ୍ୟ ୧୪ ଦିନ ଅନ୍ୟ ଦେଶରେ ନ କଟାଇଥିଲେ ସେମାନଙ୍କର କ୍ୱେତ୍‌ ପ୍ରବେଶ ପ୍ରତିବନ୍ଧିତ ହୋଇଥିବା ସୂଚିତ କରିଛନ୍ତି। ତେବେ ଏହି କଟକଣାରୁ କ୍ୱେତ୍‌ ନାଗରିକ, ସେମାନଙ୍କ ନିକଟ ସମ୍ପର୍କୀୟ ଓ ସେମାନଙ୍କ ଘରୋଇ ଶ୍ରମିକଙ୍କୁ  ବାଦ ଦିଆଯାଇଛି।

ତେବେ ଏଥିରେ କାର୍ଗୋ ବିମାନଗୁଡିକୁ ସାମିଲ କରାଯାଇନାହିଁ।  କେବଳ କ୍ୱେତ୍‌ ନୁହେଁ ପୂର୍ବରୁ ୟୁଏଇ ଓ କାନାଡା ମଧ୍ୟ ଭାରତରୁ ଆସୁଥିବା ବିମାନ ଉପରେ କଟକଣା ଲଗାଇ ସାରିଛନ୍ତି। କ୍ୱେତ୍‌ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନେଇଥିବା ବେଳେ ଆଗାମୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।

   Related Posts