ଜଳୁଛି ଜଙ୍ଗଲ: ଗାଁ ମୁହାଁ ବନ୍ୟଜନ୍ତୁ, କୁଅ ଭିତରୁ କୁଟୁରା ଉଦ୍ଧାର

Published By : Prameya-News7 Bureau | April 07, 2021 IST

କେନ୍ଦୁଝର ୭|୪: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଡ଼ ଧନୁର୍ଯ୍ୟୟପୁର ଗାଁରେ ବିଲ  ଭିତରେ ଥିବା ଏକ ପରିତ୍ୟକ୍ତ କୁଅରୁ କୁଟୁରାକୁ ଉଦ୍ଧାର କଲା ବନ ବିଭାଗ । ଜଙ୍ଗଲରେ ନିଆଁ ଲାଗିଥିବାରୁ ଖାଦ୍ୟ ଅନ୍ୱେଷଣ ରେ କୁଟୁରା ଟି ଗାଁ ଆଡ଼କୁ ଚାଲି ଆସିଥିବା ଅନୁମାନ କରାଯାଉଛି ।

କୂଅ ଭିତରେ କୁଟୁରା ପଡିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି କୂଅ ଭିତରୁ କୁଟୁରାକୁ ଉଦ୍ଧାର କରିଛି । କୁଟୁରାରା ଆଗ ଦୁଇଟି ଗୋଡ଼ରେ କ୍ଷତ ଲାଗିଥିବାରୁ ତାକୁ ଚିକିତ୍ସା କରୁଛି ବନ ବିଭାଗ । ଚିକିତ୍ସା ପରେ କୁଟୁରାକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲି ପାଟଣା ରେଞ୍ଜର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.