ଯୋଗେଶ ସିଂଙ୍କୁ ବିଜେଡିରେ ସାମିଲ କରିବା ପ୍ରସଂଗରେ ଏକମତ ହେଲେନି କୁସୁମ ଟେଟେ : ମନେଇବାକୁ ଯାଇଥିବା ବିଜେଡିର ବରିଷ୍ଠ ନେତା ଫେରିଲେ ନିରାଶ ହୋଇ

Published By : Prameya-News7 Bureau | February 02, 2019 IST

ସୁନ୍ଦରଗଡ୨|୨: ସୁନ୍ଦରଗଡର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ବିଜେଡିରେ ଯୋଗ ଦେବେ । ତେବେ ସ୍ଥାନୀୟ ବିଡେଡି ନେତା ଓ କର୍ମୀ ଏହାକୁ ବିରୋଧ କରୁଛନ୍ତି । ତେଣୁ ଆଜି ସୁନ୍ଦରଗଡ ବିଧାନସଭା ଆସନରୁ ୨୦୧୪ ମସିହାରେ ପ୍ରର୍ଥୀ ହୋଇଥିବା କୁସୁମ ଟେଟଙ୍କୁ ବୁଝାଇବା ପାଇଁ ସୁନ୍ଦରଗଡରେ ପହଞ୍ଚିଥିଲେ ବିଧାୟକ ପ୍ରଣବ କିଶୋର ଦାସ ଏବଂ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ।

{"id":81162}

ତସଲାଡିହି ସ୍ଥିତ କୁସୁମଙ୍କ ବାସଭବନରେ ବୁଝାମଣା ବୈଠକ ଚାଲିଥିଲା । ତେବେ ସେଠାରେ ଉପସ୍ଥିତ ରହିଥିବା କୁସୁମ ଟେଟେଙ୍କ ସମର୍ଥକ ମାନେ ଯୋଗେଶଙ୍କ ଦଳରେ ଯୋଗଦାନକୁ ବିରୋଧ କରିଥିଲେ । ଯୋଗେଶ ବିଜେଡିରେ ଯୋଗ ଦଲେ ସେମାନେ କୌଣସି ପରିସ୍ଥିତିରେ ସମର୍ଥନ କରିବେ ନାହିଁ  ବୋଲି କହିବା ସହ ପ୍ରବଳ ପାଟିତୁଂଡ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ବୈଠକ ଅଧାରୁ ବନ୍ଦ କରି ଦୁଇ ନେତା ପଳାଇଥିଲେ।।

{"id":81163}

ଯୋଗେଶ କେବଳ ଠିକାଦାରଙ୍କ ସାଙ୍ଗରେ ରହିବା ସହ କବେବି ସାଧାରଣ ଲୋକଙ୍କ କଥା ଦେଖିନାହାନ୍ତି । ଏଣୁ ଯୋଗେଶଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି କ୍ରର୍ମୀମାନେ।

{"id":81164}

2014ରେ କୁସୁମ ଟେଟେ ପରାଜିତ ହେବା ପରେ ମଧ୍ୟ ବିଜେଡି ପାଇଁ କାମ କରିବା ସହ ବିଜେଡି ସଂଗଠନକୁ ମଜବୁତ କରିଛନ୍ତି । ଏଣୁ କର୍ମୀମାନେ ସବୁବଳେ କୁସୁମଙ୍କ ସାଙ୍ଗରେ ରହିନ୍ତି ଏବଂ ରହିଥିବେ ବୋଲି କର୍ମୀ ମାନେ କହିଥିଲେ ।  ଏହାଛଡା ଗତ 95 ମସିହାରୁ ସୁନ୍ଦରଗଡ ସଦର ନିର୍ବ।ଚନ ମଂଡଳୀରେ ବିଜେଡି ଜିତିନଥିବା ବଳେ ଆମେ ସେହି ଭଳି ଦଳରେ ରହିଛୁ ଏଣୁ ଆମେ ବର୍ତମାନ ମଧ୍ୟ କୁସୁମଙ୍କ ସହ ରହିବୁ କହିଛନ୍ତି ବିଜେଡି ଜିଲ୍ଲା ଉପସଭାପତି ହରଜେନ୍ଦ୍ର ସିଂ ଓ ସମ୍ପାଦକ ଲଲାଟ ପରିଡା କହିଛନ୍ତି ।

{"id":81165}

ଯୋଗେଶ ସିଂ ଲଗାତାର ଭାବେ 2 ଥର ନିର୍ବ।ଚିତ ହୋଇ ଏହି ନିର୍ବ।ଚନ ମଂଡଳୀର ଉନ୍ନତି ପାଇଁ କିଛି କରିନଥିବାରୁ ସାଧାରଣ କର୍ମୀ ତାଙ୍କୁ ବିରୋଧ କରୁଛନ୍ତି । ଏହା ଛଡା ସେ ଏଠାରେ ଲଗାତାର ଭାବେ ସଂଗଠନକୁ ମଜବୁତ କରୁଥିବା ବଳେ ତାଙ୍କୁ ଅନ୍ୟ ନିର୍ବ।ଚନ ମଂଡଳୀକୁ ପଠାଇବାକୁ ଏଠାରେ ଯୋଜନା ହେଉଥିବା କର୍ମୀ ମାନେ ଜାଣି ବିରୋଧ କଲେ ବୋଲି କୁସୁମ କହିଛନ୍ତି ।  ତବେ ସେ ଦଳରେ ରହିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ଅପେକ୍ଷା କରିବେ ବୋଲି କହିଛନ୍ତି କୁସୁମ।

{"id":81166}

ଯୋଗେଶ ବିଜେଡିରେ ସାମିଲ ହେବା ପୁର୍ବରୁ ଯେଭଳି ଭାବେ ଅସୋନ୍ତୋଷ ଦେଖାଦେଲାଣି ଆଗାମୀ ଦିନରେ ସେ ଯୋଗ ଦେଲା ପରେ ଦଳର ସ୍ଥିତି କଣ ହେବ ତାହା ଦେଖିବାର କଥା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.