Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କଂଗ୍ରେସ ଛାଡିଲେ ଖୁସବୁ ସୁନ୍ଦର, ଦଳର ନେତାଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ : ସାମିଲ ହୋଇପାରନ୍ତି ବିଜେପିରେ

12/10/2020 at 12:21 PM

ନୂଆଦିଲ୍ଲୀ ୧୨।୧୦: ଲୋକପ୍ରିୟ ସାଉଥ ଅଭିନେତ୍ରୀ ତଥା ତାମିଲନାଡୁର କଂଗ୍ରେସ ମହିଳା ନେତା ଖୁସବୁ ସୁନ୍ଦର ସୋମବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ତାଙ୍କୁ ଧକ୍କା ଲାଗିଛି ଏବଂ ତାଙ୍କ ସ୍ବରକୁ ଦବାଇ ଦିଆଯାଉଛି ।

ସୂଚନାଯୋଗ୍ୟ ଯେ, ଖୁସବୁ ସୁନ୍ଦର ଦକ୍ଷିଣ ଭାରତରେ କଂଗ୍ରେସ ଦଳର ଚର୍ଚ୍ଚିତ ଚେହେରା ଥିଲେ । ସେ ୨୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ସେ ୨୦୧୪ରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଯଦି ଖୁସବୁ ସୁନ୍ଦର ବିଜେପିରେ ଯୋଗ ଦିଅନ୍ତି ତେବେ ତାହା ବିଜେପି ପାଇଁ ସୁବର୍ଣ୍ଣ ସୁଯୋଗ ହେବ । କାରଣ ରାଜ୍ୟରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ଖୁସବୁ ସୁନ୍ଦର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷଙ୍କ ଦେଇଥିବା ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ, କିଛି ଲୋକ ଦଳ ଭିତରେ ଏକ ଉଚ୍ଚ ସ୍ତରରେ ବସିଛନ୍ତି । ଯେଉଁମାନଙ୍କର ବାସ୍ତବତା କିମ୍ବା ଜନସାଧାରଣଙ୍କ ସ୍ବୀକୃତି ସହିତ କୌଣସି ସମ୍ପର୍କ ନାହିଁ । ସେମାନେ କେବଳ ନିର୍ଦ୍ଦେଶ ଦେଉଛନ୍ତି।

   Related Posts