ପରୀକୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 28, 2020 IST

ଭଦ୍ରକ ୨୮।୧୧ : ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ । ନୟାଗଡ଼ରେ ନାବାଳିକା ପରୀ ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରୀକୁ ନ୍ୟାୟ ଦେବା ଦାବିରେ ମହିଳା ମୋର୍ଚ୍ଚା ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  

ନୟାଗଡ଼ର ୫ବର୍ଷର ନାବାଳିକ ପରୀର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ପରୀରୁ ମୃତ୍ୟୁକୁ ନେଇ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ସାହୁଙ୍କ ଘଣ୍ଟ ଘୋଢାଉଛି ପୋଲିସ । ଯାହାକୁ ନେଇ ମହିଳା ମୋର୍ଚା ପକ୍ଷରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟରୁ  ଏକ ରାଲି ବାହାରି ବନ୍ତ ଛକ ପର୍ଯ୍ୟନ୍ତ ଯାଇଥିଲା। ପରେ  ବିକ୍ଷୋଭ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ  ମହିଳା ମୋର୍ଚା । ଏହାପରେ  କୁଶପୁତୁଳିକା ମଧ୍ୟ ଦାହା କରାଯାଇଥିଲା । ପରୀକୁ ନ୍ୟାୟ ମିଳିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଭଦ୍ରକର ମହିଳା ମୋର୍ଚାର ସଦସ୍ୟାମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.