ବଲିଉଡରେ ଡେବ୍ୟୁ କରିବେ କୁଶାଲ ଟଣ୍ଡନ, ହିନା ଖାନଙ୍କ ସହ ସେୟାର କରିବେ ସ୍କ୍ରିନ୍

Published By : Prameya-News7 Bureau | January 21, 2020 IST

ମୁମ୍ବାଇ୨୧|୧: ପ୍ରଥମଥର ପାଇଁ ବଡ ପରଦାରେ ଧମାଲ କରିବେ ଟେଲି କଳାକାର। ଛୋଟ ପରଦାରେ ଅନେକ ପ୍ରତିଷ୍ଠା ଲାଭ କରିଥିବା ଅଭିନେତା କୁଶାଲ ଟଣ୍ଡନ ଓ ହିନା ଖାନ ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଏହି ଯୋଡି ଏକା ସହ ବଲିଉଡରେ ନଜର ଆସିବେ। ଏହି ଫିଲ୍ମ ଦ୍ବାରା ବଲିଉଡରେ ଡେବ୍ୟୁ କରିବେ କୁଶାଲ ଟଣ୍ଡନ।

{"id":214051,"sizeSlug":"large"}

'ଏକ ହଜାରୋ ମେଁ ମେରି ବେହନା ହୈ' ଧାରାବାହିକରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ କୁଶାଲ । ଏହାପରେ ସେ ଚର୍ଚ୍ଚିତ ରିଆଲିଟି ଶୋ' 'ବିଗ୍‌ବସ୍‌'ରେ ଏଣ୍ଟ୍ରି ମାରିଥିଲେ। ଧୀରେ ଧୀରେ ତାଙ୍କ ଫ୍ୟାନ୍‌ ଫଲୋଇଂ ବଢିଥିଲା। 'ବିଗ୍‌ ବସ୍‌ ୭'ରେ ଗୋହର ଖାନ୍‌ଙ୍କ ସହ ଅଫେୟାର୍‌କୁ ନେଇ ବେଶ୍‌ ଚର୍ଚ୍ଚା ଥିଲେ କୁଶାଲ। ଗୋହରଙ୍କ ସହ ତାଙ୍କର ବ୍ରେକପ୍‌ ପରେ ମଧ୍ୟ ଅନେକ ଖବର ଶୁଣିବାକୁ ମିଳିଥିଲା।  

{"id":214052,"sizeSlug":"large"}

ଅପରପକ୍ଷରେ ଅଭିନେତ୍ରୀ ହିନା ଏବେ ଅନେକ ପ୍ରୋଯେକ୍ଟରେ କାମ କରୁଛନ୍ତି। 'ବିଗ୍‌ ବସ୍‌' ଫେମ୍‌ ହିନା ଖାନ ଆଜିକାଲି ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ହିନା ଖାନଙ୍କ ଅପକମିଂ ଡେବ୍ୟୁ ଫିଲ୍ମ ‘ହାକ୍‌ଡ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ପରେ ତାଙ୍କର ନୂଆ ଫିଲ୍ମ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି।

{"id":214053,"sizeSlug":"large"}

ହାକ୍‌ଡ ପରେ ହିନାଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି, ଯେଉଁଥିରେ ସେ ଟେଲି ଅଭିନେତା କୁଶାଲ୍‌ ଟଣ୍ଡନ୍‌ଙ୍କ ସହ ଅଭିନୟ କରିବେ। ତେବେ ଏଯାଏଁ ଫିଲ୍ମର ନାଁ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ରିପୋର୍ଟ ଅନୁସାରେ ଏହା ଏକ ହରର୍ ଫିଲ୍ମ ହେବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.