କାହିଁକି ଆତ୍ମହତ୍ୟା କଲେ କୁଶଲ ପଞ୍ଜାବୀ ? ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ପୁଅର ଫଟୋ କରିଥିଲେ ସେୟାର
27/12/2019 at 12:44 PM

ମୁମ୍ବାଇ୨୭|୧୨: ଟେଲିଭିଜନ୍ର ଲୋକପ୍ରିୟ ଅଭିନେତା କୁଶଲ୍ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି। ୩୭ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଗତ କାଲି ରାତିରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ସେ ଆତ୍ମହତ୍ୟା କରିଛନ୍ତି। କୁଶଲଙ୍କ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କୁଶଲଙ୍କ ମୃତ୍ୟୁ ଖବର ସମଗ୍ର ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଦେଇଛି। ଏହି ଖବର ଶୁଣି କେହି ବିଶ୍ବାସ କରିପାରୁନାହାନ୍ତି। ଏହି ଘଟଣା ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଦେଇଛି।

କୁଶଲଙ୍କ ୨୦ ବର୍ଷର ସାଙ୍ଗ ଚେତନ ହଂସରାଜ ତାଙ୍କ ମୃତ୍ୟୁ ନେଇ ବହୁତ ଦୁଃଖିତ। ଚେତନଙ୍କ କହିବା ଅନୁସାରେ କୁଶଲ କିଛି ଦିନ ହେବ ଡିପ୍ରେସନରେ ଥିଲେ। କୁଶଲ ଓ ତାଙ୍କ ପତ୍ନୀଙ୍କର ବିବାହ ବିଚ୍ଛେଦ ପରଠୁ ସେ ବହୁତ ଡିସ୍ଟର୍ବଡ୍ ରହୁଥିଲେ। ଚେତନ ତାଙ୍କୁ ବହୁତ ଥର ବୁଝାଇ ଷ୍ଟ୍ରଙ୍ଗ ରହିବାକୁ ଉପଦେଶ ଦେଉଥିଲେ।

ହେଲେ ଚେତନ ଭାବିନଥିଲେ ଯେ, କୁଶଲ କେବେ ଏଭଳି ନିଷ୍ପତ୍ତି ନେବେ। କୁଶଲ୍ଙ୍କର ପତ୍ନୀ ଜଣେ ୟୁରୋପିୟନ୍ । ୨୦୧୬ ମସିହାରେ ଉଭୟଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ସତ ହେଲେ କୁଶଲ ଉଭୟ ମାନସିକ ଓ ଶାରିରୀକ ରୂପେ ଦୁର୍ବଳ ଥିଲେ।

ମରିବାର କିଛି ସମୟ ପୂର୍ବରୁ କୁଶଲ ତାଙ୍କ ପୁଅ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଯାହା ଦେଖି ଏବେ ଅନେକ ଲୋକେ ଦୁଃଖିତ। କୁଶଲଙ୍କର ଏହି ନିଷ୍ପତ୍ତି ତାଙ୍କ ଘନିଷ୍ଟ ବନ୍ଧୁମାନଙ୍କୁ ଦୁର୍ବଳ କରିଦେଇଛି। ପ୍ରଥମେ ଟେଲି ଅଭିନେତା କରନବୀର ବୋହରା ଇନ୍ଷ୍ଟାଗ୍ରାମ ଜରିଆରେ ଏହି ଖବର ସମସ୍ତଙ୍କୁ ଜଣାଇବା ସହ ଏକ ଭାବୁକ ପୋଷ୍ଟ ସେୟାର କରିଥିଲେ। କୁଶଲ୍ ଏବଂ କରଣବୀର୍ ଦୁହେଁ ଭଲ ବନ୍ଧୁ ଥିଲେ ।

କୁଶଲଙ୍କ ମୃତ୍ୟୁ ସମଗ୍ର ଟେଲିଜଗତରେ ଶୋକର ଛାୟା ସୃଷ୍ଟି କରିଦେଇଛି। ଶେଷଥର କୁଶଲଙ୍କୁ ସିରିଏଲ ‘ଇସ୍କ ମେ ମରଜାଓ୍ବାଁ’ରେ ଦେଖିବାକୁ ମିଳିଥିଲା। କୁଶଲ ନିଜ କ୍ୟାରିୟର ପ୍ରଥମେ ଜଣେ ମଡେଲ ଭାବେ ଆରମ୍ଭ କରିଥିଲେ। ସେ ଅନେକ ଫିଲ୍ମ ଓ ଶୋ’ରେ ମଧ୍ୟ କାମ କରିଥିଲେ।