ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ, ଥାନାରେ ୨ଜଣ ଅଟକ !

Published By : Prameya-News7 Bureau | February 11, 2020 IST

ରାଇରଙ୍ଗପୁର ୧୧।୦୨:  ପୁତୁରାଙ୍କ କୁରାଢ଼ୀ ଚୋଟରେ କକା ମୃତ !  ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଜାମପାଣି ଗାଁରେ ଘଟିଛି ଘଟଣା । ମୃତକ ଶୁକୁଦେବ ମାରାଣ୍ଡି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":223166,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜାମପାଣି ଗାଁର ଶୁକୁଦେବ ମାରାଣ୍ଡିଙ୍କୁ କୁରାଢିରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ଜମିବାଡି ବିବାଦକୁ ନେଇ ପୁତୁରା  ହତ୍ୟା କରିଥିବା  ଅନୁମାନ କରାଯାଉଛି । ପୋଲିସ ଘଟଣାରେ ଛାନ୍‌ଭିନ୍ ଜାରି ରଖିଥିବା ବେଳେ ଅଭିୁଯୁକ୍ତ ପୁତୁରାକୁ ଗରିଫ କରିବା ସହ ହତ୍ୟାକଣ୍ଡରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଅଟକ ରଖିତିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.