Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କଲେ ମୃତ ପିଡୀତାଙ୍କ ପରିବାର, ବିରୋଧୀ କହିଲେ ଠିକ୍ ହୋଇନି ତଦନ୍ତ

4/08/2019 at 6:31 PM

ଭୁବନେଶ୍ବର ୪|୮: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ଆରମ୍ଭ ହେଇଯାଇଛି ନୂଆ ବିବାଦ। ଗତକାଲି ଏନେଇ ବିଧାନସଭାରେ କମିଶନଙ୍କ ରିପୋର୍ଟ ଉପସ୍ଥାପନା  ପରେ ଏବେ ରିପୋର୍ଟର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। ସରକାର ରିପୋର୍ଟରେ ସତ ଲୁଚାଇବାକୁ ପ୍ରୟାସ କରିଛନ୍ତି।  ଯଦି ପୀଡିତାକୁ ଗଣଦୁଷ୍କର୍ମ ହୋଇନଥିଲା ତେବେ ଏତେ ଦିନ ଧରି ମେଡିକାଲରେ ତାଙ୍କର କି’ ଚିକିତ୍ସା କରାଯାଉଥିଲା ଏବଂ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ଏସ୍‌ଆଇଟି ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ।  ସେପଟେ ପୀଡିତାଙ୍କ ପରିବାର ମଧ୍ୟ ସମାନ ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛନ୍ତି।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ଆରମ୍ଭ ହେଲାଣି ନୂଆ ରାଜନୈତିକ ବାଦ ବିବାଦ। କମିଶନଙ୍କ ରିପୋର୍ଟ କୁ ଭୁଲ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ସରକାର ଏଥିରେ ସତ ଲୁଚାଇବାକୁ ଚେଷ୍ଟା କରିଛନ୍ତି।  କଂଗ୍ରେସ ଅଭିଯୋଗ କରିଛି ଯେ ତଦନ୍ତ ରିପୋର୍ଟରୁ ସରକାରଙ୍କ ପାରିବାପଣିଆ ଧରାପଡ଼ିଯାଉଛି। ଏତେ ଦିନ ପରେ ବି ଘଟଣାରେ କାହା ସମ୍ପୃକ୍ତି ଜଣାପଡିଲାନି । ସରକାର ସବୁ ଘଟଣାକୁ ଘଣ୍ଟ ଘୋଡାଉଛନ୍ତି। ଥରେ ରିପୋର୍ଟ ଆସୁଛି ଯେ ପୀଡିତାଙ୍କୁ ଦୁଷ୍କର୍ମ ହୋଇଛି ଏବଂ ପର ମୁହୁର୍ତ୍ତରେ କାହା ନିର୍ଦ୍ଦେଶରେ ତଦନ୍ତ ରିପୋର୍ଟ ବଦଳି ଯାଉଛି । ଏପରିକି କମିଶନଙ୍କୁ ମଧ୍ୟ ସବୁ ଭୁଲ ତଥ୍ୟ ଦିଆଯାଇ ତଦନ୍ତକୁ ବାଟବଣା କରାଯାଇଥିବା ସନ୍ଦେହ ପ୍ରକାଶ କରିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ଅନୁରୁପ ଅଭିଯୋଗ ଆଣି ସରକାର ଏବଂ କମିଶନଙ୍କ ରିପୋର୍ଟକୁ ଭୁଲ୍‌ ବୋଲି କହିଛି। ଏଥିପାଇଁ ସରକାରୀ ଦଳ ର ଉଦାସୀନତା ଏବଂ ପୋଲିସ ପ୍ରଶାସନକୁ ଦାୟୀକରିଛି ବିଜେପି।

ସେପଟେ କମିଶନଙ୍କ ରିପୋର୍ଟରେ ଥିବା ତଥ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୀଡିତାଙ୍କ ପରିବାର। ଯଦି ଘଟଣା ଘଟିନାହିଁ ଓ ପୀଡିତାକୁ ଦୁଷ୍କର୍ମ ହେଇନାହିଁ ତେବେ ଏତେ ଦିନ ଧରି ସରକାର କୋରାପୁଟ ମେଡିକାଲରେ ଏବଂ ଏସ୍‌ସିବି ମେଡିକାଲରେ ତାର କି’ ଚିକିତ୍ସା କରୁଥିଲେ। ଏ ସରକାର ଏକ ନୀରିହ ଆଦିବାସୀ ଝିଅକୁ ନ୍ୟାୟ ଦେବାରେ ବିଫଳ। ତେଣୁ ପୀଡିତାର ପରିବାର ଏବେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ରାଜନୈତିକ ଦଳ ଅତିରଞ୍ଜିତ କରିଥିବା ନେଇ କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ବେଳେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି ଯେ ସରକାର ଯୋଜନାବଦ୍ଧ ଭାବେ ଘଟଣାକୁ ରଫାଦଫା କରିଦେଲେ। ଅନ୍ୟପକ୍ଷରେ ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ। ଶାସକ ଦଳ କହିଛି ଯେ ଘଟଣାରେ ଯାହା ସତ ତାହା ପଦାକୁ ଆସିଛି। କମିଶନ ଘଟଣାର ତଦନ୍ତ କରୁଛନ୍ତି ।  ତଦନ୍ତ ପରେ ସବୁ ସତ ବାହାରକୁ ଆସିବ।

ଶନିବାର ବିଧାନସଭାରେ ଉପସ୍ଥାପିତ ହୋଇଥିଲା ବହୁଚର୍ଚ୍ଚିତ କୁନ୍ଦୁଲି ଦୁଷ୍କର୍ମ ମାମଲା ରିପୋର୍ଟ । କାହିଁକି ଜଣେ ନାବାଳିକା ନିଜେ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲା ଏବଂ କେଉଁ କାରଣ ପାଇଁ ସଂପୃକ୍ତ ନାବାଳିକା କୁ ଆତ୍ମହତ୍ୟା କରିବାକୁ ପଡିଲା ତାହା ଏବେବି ରହସ୍ୟ ଘେରରେ।

   Related Posts