୩ ଦିନିଆ ପୋଲିସ ରିମାଣ୍ଡରେ ଗଲା ରାଜ କୁନ୍ଦ୍ରା, ଜୁଲାଇ ୨୩ ପର୍ଯ୍ୟନ୍ତ ରାୟନ ଥରାପ ମଧ୍ୟ ରହିବ ହାଜତରେ

Published By : Prameya-News7 Bureau | July 20, 2021 IST

ମୁମ୍ବାଇ ୨୦।୭: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କୋର୍ଟ ମଙ୍ଗଳବାର ୩ ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି।  କୁନ୍ଦ୍ରାଙ୍କ ସହ ଅନ୍ୟତମ ଅଭିଯୁକ୍ତ ରୟାନ ଥରାପ ମଧ୍ୟ ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ହାଜତରେ ରହିବ। ମୁମ୍ବାଇ ପୋଲିସ କୁନ୍ଦ୍ରାକୁ ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ବିକ୍ରି ଅଭିଯୋଗରେ ସୋମବାର ବିଳମ୍ବିତ ରାତ୍ରିରେ ଗିରଫ କରିଥିଲା। ମଙ୍ଗଳବାର ସକାଳେ ରାୟନକୁ ଗିରଫ କରାଯିବା ପରେ ମଙ୍ଗଳବାର  ଉଭୟଙ୍କୁ ମୁମ୍ବାଇ ଏସପ୍ଲେନେଡ କୋର୍ଟରେ ହାଜର କରାଯାଇଥିଲା।  କୋର୍ଟ ସେମାନଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇଦେଇଛନ୍ତି।

{"id":483394,"width":840,"height":631,"sizeSlug":"large","linkDestination":"none"}

ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ରାଜ କୁନ୍ଦ୍ରା ବିରୋଧରେ ପର୍ଣ୍ଣ ଫିଲ୍ମ ନିର୍ମାଣର ଅଭିଯୋଗ ରହିଛି।  ତା ବିରୋଧରେ ମାଲବାନୀ ପୋଲିସ ଷ୍ଟେସନରେ ମୋକଦ୍ଦମା ରୁଜୁ ପରେ କ୍ରାଇମବ୍ରାଞ୍ଚ ପୋଲିସ ତାକୁ ଗିରଫ କରିଛି। ପୋଲିସ ଏବେ ୩ ଦିନ କୁନ୍ଦ୍ରା ଓ ରୟାନକୁ ପଚରା ଉଚରା କରିବ। ଜୁଲାଇ ୨୩ରେ ସେମାନଙ୍କୁ ପୁଣି କୋର୍ଟରେ ହାଜର କରାଯିବ। ତେବେ ରାଜ କୁନ୍ଦ୍ରା ବିରୋଧରେ ନିକଟରେ ବଳିଷ୍ଠ ପ୍ରମାଣ ଥିବା ମୁମ୍ବାଇ ପୋଲିସ ଦାବି କରିଛି।

{"id":483396,"sizeSlug":"large","linkDestination":"none"}

କୁନ୍ଦ୍ରା କେବଳ ଏଭଳି ଫିଲ୍ମ ନିର୍ମାଣ ନୁହେଁ ପୃଥକ ପୃଥକ ଆପ୍‌ରେ ବିକୁଥିବାର ତଦନ୍ତରୁ ଜଣାପଡିଛି। ପର୍ଣ୍ଣୋଗ୍ରାଫିର ଏହି ମାମଲାରେ କୁନ୍ଦ୍ରାହିଁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୋଲିସ କହିଛି। ପୋଲିସ ଏବେ ସମ୍ପୂର୍ଣ୍ଣ ପ୍ରକରଣର ତଦନ୍ତ ଜାରି ରଖିଛି। ଏଥିରୁ ଆହୁରି ବି ନୂଆ ନୂଆ ତଥ୍ୟ ମିଲିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି। ଏଣୁ କୁନ୍ଦ୍ରା ସ୍ଥାପନା କରିଥିବା ଇଣ୍ଡଷ୍ଟ୍ରିର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା କ୍ରମଶଃ ଜଣାପଡିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.