ପର୍ଣ୍ଣ ଫିଲ୍ମ କେସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ କୁନ୍ଦ୍ରା, ଗିରଫଦାରୀକୁ କହିଲେ ଅବୈଧ

Published By : Prameya-News7 Bureau | July 23, 2021 IST

ମୁମ୍ବାଇ ୨୩।୭: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ନିର୍ମାଣ ଓ ମୋବାଇଲ ଆପ୍‌ ମାଧ୍ୟମରେ ବିତରଣ ମାମଲାରେ ତାଙ୍କ ଗିରଫକୁ ଶୁକ୍ରବାର ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ଏ ନେଇ ତାଙ୍କ ପକ୍ଷରୁ କୋର୍ଟରେ ଦାଖଲ ପିଟିସନରେ ଭିଡିଓଗୁଡିକୁ ‘କାମୁକ’ କୁହାଯାଇପାରେ ବୋଲି କୁହାଯାଇଛି।  ହେଲେ ଏଥିରୁ କୌଣସି ଥିରେ ସମ୍ପୂର୍ଣ୍ଣ ଯୌନ କ୍ରିୟା ପ୍ରଦର୍ଶିତ କରାଯାଉ ନଥିବା କହିଛନ୍ତି। ଏଣୁ ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ତାଙ୍କର ହୋଇଥିବା ଗିରଫଦାରୀକୁ ଅବୈଧ କହିଛନ୍ତି।  

{"id":484876,"width":837,"height":462,"sizeSlug":"large","linkDestination":"none"}

ମୁମ୍ବାଇ କ୍ରାଇମବ୍ରା଼ଞ୍ଚ ପୋଲିସ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରିଥିଲା। କୋର୍ଟ ତାଙ୍କୁ ପ୍ରଥମେ ୩ ଦିନ ପୋଲିସ ରିମାଣ୍ଡରେ ପଠାଇଥିବା ବେଳେ ଶୁକ୍ରବାର ଆଉ ୪ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। କୁନ୍ଦ୍ରାଙ୍କ ପକ୍ଷରୁ ରୁଜୁ ମାମଲାରେ ନିମ୍ନ ଅଦାଲତଙ୍କ ଆଦେଶ ରଦ୍ଦ କରିବା ଲାଗି ନିବେଦନ କରାଯାଇଛି।  ପିଟିସନରେ ତାଙ୍କର ପୋଲିସ ରିମାଣ୍ଡ ଲାଗି କୋର୍ଟଙ୍କ ଆଦେଶକୁ ଆଇନର ଖୋଲା ଉଲ୍ଲଂଘନ ବୋଲି ଦର୍ଶା ଯାଇଛି। 

{"id":484879,"width":840,"height":630,"sizeSlug":"large","linkDestination":"none"}

ଦଣ୍ଡବିଧି ଆଇନ (ଗରିଫ ପୂର୍ବରୁ)ର ଧାରା ୪୧-ଏ ଅନୁସାରେ ଏଥିଲାଗି ତାଙ୍କୁ ନୋଟିସ୍‌ ଦିଆଯିବାର ଆବଶ୍ୟକତା ଥିଲା। ବିଶେଷ କରି କୋଭିଡ-୧୯ ଜନିତ ପରିସ୍ଥିତିରେ ତାଙ୍କୁ ଅନୁନ୍ୟ ନୋଟିସ୍‌ କରାଯିବାର ଥିଲା ବୋଲି ଦର୍ଶାଇଛନ୍ତି। ଧାରା ୪୧-ଏ ଅନୁସାରେ ଯେଉଁ ମାମଲାରେ ଗିରଫର ଆବଶ୍ୟକତା ନାହିଁ ସେଥିରେ ପୋଲିସ ତାଙ୍କୁ ସମନ୍ କରିପାରିଥାନ୍ତା ଓ ମାମଲାରେ ତାଙ୍କର ବୟାନ ରେକର୍ଡ କରିପାରିଥାନ୍ତା ହେଲେ ଗିରଫ କରିଥିବା ଅଭିଯୋଗ କରିଛନ୍ତି।

{"id":484881,"width":841,"height":471,"sizeSlug":"large","linkDestination":"none"}

ସେହିପରି ପିଟିସନରେ ପୋଲିସ ଯେଉଁ ସବୁ ସାମଗ୍ରୀକୁ ‘ଅଶ୍ଲୀଳ’ ବୋଲି କହୁଛି ସେଥିରେ ସିଧା ଯୌନ କ୍ରିୟା ଅଥବା ଯୌନ ସମ୍ପର୍କ ସ୍ଥାପନା କରାଯାଉଥିବାର ଦୃଶ୍ୟ ଦେଖାଯାଉ ନାହିଁ। ଏହା ଛଡା ଏ ଭଳି ସାମଗ୍ରୀକୁ କ୍ଷୁଦ୍ର କ୍ଲିପ୍‌ ମାଧ୍ୟମରେ ଦେଖା ଯାଇଛି ଯାହାକୁ ‘କାମୁକ’ କୁହାଯାଇପାରେ ହେଲେ ଅଶ୍ଳୀଳ ନୁହେଁ ବୋଲି ତର୍କ କରାଯାଇଛି। ଏଥି ଯୋଗୁ ସୂଚନା ଓ ପ୍ରଦ୍ୟୋଗିକୀ ଆଇନର ଧାରା ୬୭ ମଧ୍ୟ ଲାଗୁ ହେଉ ନାହିଁ। ତେବେ ଏଥିଲାଗି ଅଧିକତମ ଧାରା ୬୭( କାମୁକ ସାମଗ୍ରୀର ପ୍ରସାରଣ) ଲାଗୁ କରାଯାଇପାରେ ବୋଲି ଉଲ୍ଲେଖ କରିଛନ୍ତି।

{"id":484882,"width":838,"height":743,"sizeSlug":"large","linkDestination":"none"}

କୁନ୍ଦ୍ରା ପିଟିସନରେ ପୋଲିସ ଜୁଲାଇ ୧୯ ତାରିଖ ଦିନ ତାଙ୍କ କାର୍ଯ୍ୟାଳୟ ଉପରେ ଚଢଉ କରିଥିଲା ଓ ବୟାନ ରେକର୍ଡ ଲାଗି ତାଙ୍କୁ ଥାନାକୁ ଡାକିଥିଲା ବୋଲି ଉଲ୍ଲେଖ କରିଛନ୍ତି। ତେବେ ଥାନାରେ ପ୍ରତିବାଦୀ (ପୋଲିସ) ଆବେଦନକାରୀଙ୍କୁ ଗିରଫ କରିଥିଲା। ସେଠାରେ ଗିରଫ ପରେ ପୋଲିସ ତାଙ୍କୁ ସିଆରପିସି ଧାରା ୪୧-ଏରେ ନୋଟିସ୍‌ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲା। ତେବେ ସେ ଏଥିରେ ସ୍ୱାକ୍ଷର କରିନଥିଲେ ବୋଲି ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.