କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | February 26, 2021 IST

ନବରଙ୍ଗପୁର ୨୬।୨: ନିଲମ୍ବିତ ହେଲେ ସରପଞ୍ଚ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ତାଙ୍କ ପଦରୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ ।  

ସୂଚନାଯୋଗ୍ୟ ଯେ,  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଗ୍ରାମପଞ୍ଚାୟତ ସରପଞ୍ଚ ସନରାଜ ଗଣ୍ଡ ଭାରତମାଳା ସଡକ ଯୋଜନାକୁ ବିରୋଧ କରିଆସୁଥିଲେ । ସେଥିପାଇଁ ସେ ଏବେ ଜେଲରେ ମଧ୍ୟ ଅଛନ୍ତି ।  ତେବେ ଏହି କାରଣରୁ ପଞ୍ଚାୟତିରାଜ ବିଭାଗ ସନରାଜଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.