ବାଳିକା ଗୃହରେ ମଦ ପିଇ ପିଟୁଥିଲେ ମାଲିକାଣୀ ,ମାଲିକ ନିରାଶ୍ରୟ ଝିଅଙ୍କ ଲୁଟୁଥିଲେ ଇଜ୍ଜତ

Published By : Prameya-News7 Bureau | February 11, 2019 IST

ମୁଜାଫରପୁର ୧୧/୨- ବିହାର ମୁଜାଫରପୁରରେ ପୁଣି ଏକ ବାଳିକା ଗୃହ ନିର୍ଯ୍ୟାତନା ଘଟଣା । ଉଭୟ ମାଲିକ ଓ ମାଲିକାଣୀ ଏହି ନିର୍ଯ୍ୟାତନାରେ ସାମିଲ ।

ଏହିଭଳି ନିନ୍ଦନୀୟ ଘଟଣା ଘଟିଛି ମୁଜାଫରପୁର କୁନ୍ଦନ କୁଟୀର ବାଳିକା ଗୃହରେ । ବାଳିକାମାନଙ୍କୁ ଖାଇବା-ପିଇବାରେ ଅସୁବିଧା କରିବା ସହ ଯୌନ ନିର୍ଯ୍ୟାତନା ଦେବା ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓମପ୍ରକାଶ ଓ ତାଙ୍କ ସ୍ତ୍ରୀକୁ ପୋଲିସ ଗିରଫ କରିଛି ।

ବାଳିକା ଗୃହରେ ବାଳିକାମାନଙ୍କୁ ବିଭିନ୍ନ ସମୟରେ ମାଲିକାଣୀ ମଦ ପିଇ ପିଟୁଥିବା କଥା ମଧ୍ୟ ପଦାକୁ ଆସିଛି । ମାଲିକାଣୀ ଅନେକ ସମୟରେ ଅନ୍ତେବାସୀମାନଙ୍କୁ ମାରପିଟ କରିବା ସହ ନିର୍ଯ୍ୟାତନା ଦେଉଥିବା କଥା ପୋଲିସ ଆଗରେ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ  ମାଲିକ ଓମପ୍ରକାଶ ମଧ୍ୟ ଅନ୍ତେବାସୀ ବାଳିକାମାନଙ୍କୁ ଶାରୀରିକ ,ମାନସିକ ତଥା ଯୌନ ନିର୍ଯ୍ୟାତନା ଦେଉଥିବା କଥା ଜଣାଯାଇଛି ।

ଏହି ଘଟଣାରେ ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ଵାବଧାନରେ ସେମାନଙ୍କ ବୟାନ ରେକଡ଼ିଂ କରାଯାଇଥିଲା । ଏହି ସମୟରେ ବାଳିକାମାନେ ମାଲିକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି । ଏପରିକି ଜଣେ ବାଳିକା ଗର୍ଭବତୀ ହେବା କଥା ଜଣାପଡ଼ିଥିଲା ।

ଏହି ଘଟଣାରେ ଉଭୟ ମାଲିକ ଓ ମାଲିକାଣୀଙ୍କୁ ପୋଲିସ ଗିରଫ କରିବା ସହ ବାଳିକା ଗୃହକୁ ସିଜ୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.