କୁଣ୍ଡଳୀ ଭାଗ୍ୟ ଫେମ୍ ସଞ୍ଜୟ ଗଗନାନି କରୋନା ପଜିଟିଭ ଚିହ୍ନଟ : ନିଜକୁ କଲେ ହୋମ୍ କ୍ବାରେଣ୍ଟାଇନ୍

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩/୯: କରୋନା ଭାଇରସ୍ କେବଳ ଭାରତରେ ନୁହେଁ ବରଂ ପୂରା ବିଶ୍ବରେ ନିଜ ପ୍ରକୋପ ବଜାୟ ରଖିଛି। ଏବେ ପ୍ରତିଦିନ ୯୦,୦୦୦ରୁ ଅଧିକ ମାମଲା ଭାରତରେ ଆସୁଛି। ନେତା,ଅଭିନେତା, ସାଧାରଣ ଲୋକେ କେହି ଏଥିରୁ ବାଦ୍ ପଡ଼ୁ ନାହାନ୍ତି। ଅନଲକ୍ ପରଠୁ କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଜା ସୂଚନା ଅନୁଯାୟୀ କୁଣ୍ଡଳୀ ଭାଗ୍ୟ ଫେମ୍ ଅଭିନେତା ସଞ୍ଜୟ ଗଗନାନିଙ୍କୁ ମଧ୍ୟ କରୋନା ହୋଇଯାଇଛି ଏବଂ ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ କରି ନେଇଛନ୍ତି।

{"id":329003,"sizeSlug":"large"}

ସେ ଏବେ ସମସ୍ତ ନିୟମ ପାଳନ ଜରୁରୀ ନିୟମ ପାଳନ କରୁଛନ୍ତି। ସେ କାଢ଼ା ପିଇବା ସହ ଅନ୍ୟ ଇମ୍ୟୁନିଟି ବୁଷ୍ଟର୍ସ ମଧ୍ୟ ନେଉଛନ୍ତି। ମଲଟିଭିଟାମିନ୍ସ,ଆଲୋବେରା,ଆମଲା,ଗିଲେଇ ଜୁସ୍ ନେବା ସହ ଗରମ ପାଣି ଏବଂ ଲୁଣ ପାଣି​‌ରେ ଗାର୍ଗଲିଂ କରୁଛନ୍ତି ଏବଂ ଷ୍ଟିମ୍ ନେଉଛନ୍ତି। ଏହା ସହିତ ସେ ଅନେକ ଫଳ ମଧ୍ୟ ଖାଉଛନ୍ତି।

{"id":329007,"sizeSlug":"large"}

ସଞ୍ଜୟ କୁଣ୍ଡଳୀ ଭାଗ୍ୟରେ ପୃଥ୍ବୀ ମାଲହୋତ୍ରାଙ୍କ ରୋଲ୍ ପ୍ଲେ କରୁଛନ୍ତି। ଶୋ ରେ ଶ୍ରଦ୍ଧା ଆର୍ଯ୍ୟା ଏବଂ ଧୀରଜ ଧୁପର ମୁଖ୍ୟ ଭୂମିକାରେ ଅଛନ୍ତି। ଶୋ ଦର୍ଶକଙ୍କ ଦ୍ବାରା ଖୁବ୍ ପସନ୍ଦ କରାଯାଉଛି। କିଛି ଦିନ ତଳେ ସେ ନିଜ ଲଙ୍ଗ୍ ଟାଇମ୍ ଗାର୍ଲଫ୍ରେଣ୍ଡ ପୁନମ୍ ପ୍ରୀତଙ୍କ ସହ ନିର୍ବନ୍ଧ କରିଥିଲେ। ଦୁହେଁ ୬ବର୍ଷରୁ ରିଲେସନଶିପରେ ଅଛନ୍ତି।

{"id":329004,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.