କୁଣ୍ଡଳୀ ବାର୍ଷିକ ରାଶିଫଳ -2020 , ଜାଣନ୍ତୁ କେମିତି ପାଇବେ ଶୁଭଫଳ

Published By : Prameya-News7 Bureau | January 11, 2020 IST

ହିନ୍ଦୀ କୁଣ୍ଡଳୀ ଜ୍ୟୋତିଷ ଦୁନିଆ ସୂଚନା ଅନୁାସାରେ କଅଣ କହୁଛନ୍ତି ଆପଣଙ୍କ ରାଶି ଓ ନକ୍ଷତ୍ର । କେଉଁ ରାଶି ପାଇଁ କଅଣ ରହିଛି । କିଏ ପାଇବେ ସଫଳତା । କାହାର ସମ୍ପର୍କ ରହିବ କେମିତି । ୧୨ଟି ରାଶି ପାଇଁ ଜାଣନ୍ତୁ ରାଶିଫଳ

ମେଷ ରାଶିଫଳ 2020 - 2020ରେ ବାର୍ଷିକ ରାଶିଫଳ ଅନୁସାରେ ଏହି ବର୍ଷ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଭାବେ ବେଶ୍‌ ଭଲ ରହିବ । ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଧାର୍ମିକ ସ୍ଥଳକୁ ଯାତ୍ରା କରିପାରିନ୍ତି । ବର୍ଷ ଆରମ୍ଭରୁ ଟିକେ ସାବାଧାନ ରୁହନ୍ତୁ ।

ଶନିଦେବଙ୍କର ପୂଜା ଶନିବାରରେ କରନ୍ତୁ । ଅଶ୍ୱତଥ୍‌ ବୃକ୍ଷମୂଳେ ଜଳଦାନ କରନ୍ତୁ

{"id":209394,"sizeSlug":"large"}

ବୃଷ ରାଶିଫଳ 2020 - 2020ରେ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାଭାବିକ ରହିବ । ଏହି ବର୍ଶ ବେଶୀ ଭଲ କି ଖରାପ ରହିବ ନାହିଁ । ଗତ ବର୍ଷର କିଛି ସମସ୍ୟା ଚଳିତ ବର୍ଷ ବି ଆପଣଙ୍କ ପିଛା ଛାଡିବନି । କେତକ ସମସ୍ୟା ବର୍ଷର ଆରମ୍ଭରେ ଶେଷ ହୋଇଯିବ । ଜୁନ୍‌ ଜୁଲାଇ ପରେ ବୃହଷ୍ପତିଙ୍କ କୃପାରୁ ଅନେକ କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହେବ । ଧାର୍ମିକ ଓ ଆଧ୍ୟାତ୍ମିକ ବିଷୟରେ ଧ୍ୟାନ ଦେବେ । ସମ୍ପର୍କ ବେଶ୍‌ ଭଲ ରହିବେ ।

ବୟସ୍କ ଲୋକଙ୍କ ଆଶୀର୍ବାଦ ନିଅନ୍ତୁ । ବୃହଷ୍ପତ୍ତିଙ୍କର ପୂଜା କରନ୍ତୁ ।

ମିଥୁନ ରାଶିଫଳ 2020 - 2020 ବର୍ଷ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଫଳ ପ୍ରଦାନ କରିବ । ଆପଣ କୌଣସି ଯାତ୍ରା କରିପାରନ୍ତି । ଅଯଥା ବିବାଦରେ ଫସି ପାରନ୍ତି । ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବାଦ ବିବାଦ ସ୍ଥିତି ଉପୁଜି ପାରେ ସାବଧାନ ରୁହନ୍ତୁ । ଆର୍ଥକ କାରବର ଦେଖିକରୁ କରନ୍ତୁ । ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି ।

ଶନିବାରରେ ଅଶ୍ୱତଥ ଗଛ ମୂଳେ ଜଳ ଦାନ କରିବା ସହ ପିମ୍ପୁଡିକୁ ଚିନି କିମ୍ବା ମିଠା ଖୁଆନ୍ତୁ ।

{"id":202840,"sizeSlug":"large"}

କର୍କଟ ରାଶି 2020 - 2020 ବର୍ଷ କର୍କଟ ରାଶିପାଇଁ ସୁଖଦାୟୀ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ପାଇ ପାରନ୍ତି । ଶତ୍ରୁ ନାଶ ହେବେ । ଜୁନ ଜୁଲାଇ ବେଳକୁ ନୂତନ ସୁଯୋଗ ମିଳିବ । ଆୟ ବୃଦ୍ଧିର ସମ୍ଭାବନା ବେଶୀ । ବୁଝି ବିଚାରି ସମସ୍ତ କାର୍ଯ୍ୟ କରନ୍ତୁ ।
ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କ ପୂଜା କରନ୍ତୁ । ଶନିବାରରେ ଚୋପା ଲଗା ବିରି ଦାନ କରନ୍ତୁ .

ସିଂହ ରାଶିଫଳ 2020 -2020 ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍‌ ଭଲ ରହିବ । ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଅନେକ ସମସ୍ୟାର ଅନ୍ତ ହେବ । ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାର୍ଥୀମାନଙ୍କ ପାଇଁ ବେଶ୍‌ ଭଲ ଫଳ ମିଳିବ ।

ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କ ପୂଜା କରନ୍ତୁ । ବଜରଙ୍ଗ ବାଣ ପାଠ କରନ୍ତୁ ସୁଫଳ ପାଇବେ ।

{"id":151095,"sizeSlug":"large"}

କନ୍ୟା ରାଶିଫଳ 2020 - 2020ରେ ଆରମ୍ଭରେ କନ୍ୟା ରାଶିର ଲୋକଙ୍କର କିଛି ଟା ମାନସିକ ଚିନ୍ତାରେ ରହିବେ । ସରକାରୀ କାର୍ଯ୍ୟକୁ ନେଇ ଚିନ୍ତିତ ହୋଇ ପାରନ୍ତି । କାମରେ କିମ୍ବା ବ୍ୟବସାୟ କାର୍ଯ୍ୟରେ ବାହାରକୁ ଯାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଅଧିକ କାମ କରିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବାଦ ବିବାଦରୁ ଦୂରରେ ରୁହନ୍ତୁ .

ସୁନ୍ଦରାକାଣ୍ଡ ପାଠ କରନ୍ତୁ ଓ କପଡା ଦାନ କରନ୍ତୁ ।

ତୁଳା ରାଶିଫଳ 2020 -2020 ବର୍ଷ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଶୁଭ ଫଳ ପ୍ରଦାନ କରିବ । ବର୍ଷର ଆରମ୍ଭରେ ବିଶେଷ ରୂପରେ ସଫଳତା ମିଳିବ । ଚାହୁଁଥିବା ଫଳ ପ୍ରାପ୍ତ କରିବେ । ସମ୍ପର୍କ ମଧୁର ହେବ । ବର୍ଷର ମଧ୍ୟ ଭାଗରେ କିଛିଟା ସମସ୍ୟା ରହିପାରେ । ବାହାନ ଚଳାଉଥିବା ବେଳେ ସାବଧାନ ହୁଅନ୍ତୁ ।

ତୁଳାରାଶିର ଲୋକ ସୁଖ ଶାନ୍ତି ପାଇବା ପାଇଁ ନିଜର କୂଳ ଦେବୀଙ୍କର ପୂଜା କରନ୍ତୁ । ଗାଈକୁ ସବୁଜ ଘାସ ପତ୍ର ଦିଅନ୍ତୁ ।

ବିଚ୍ଛା ରାଶିଫଳ 2020 - 2020 ବିଛା ରାଶିର ବ୍ୟକ୍ତି ପାରିବାରିକ ଦୃଷ୍ଟି କୋଣରୁ ବେଶ୍‌ ଶୁଭ ଫଳ ପାଇବେ । ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ବି ବର୍ଷ ଟି ବେଶ୍ ଭଲ ଯିବ । ପରିବାର ଲୋକଙ୍କ ସହ ବି ଭଲ ସମୟ କଟିବ । କୌଣସି ପ୍ରକାରେ ବି ଅସାବଧାନ ହୁଅନ୍ତୁ ନାହିଁ ।

ଚନ୍ଦ୍ରଙ୍କ ପୂଜା କରନ୍ତୁ .

ଧନୁ ରାଶିଫଳ 2020 - 2020 ବର୍ଷ ରେ ଧନୁ ରାଶିର ବ୍ୟକ୍ତି ବର୍ଷ ଆରମ୍ଭରୁ ଟିକେ ସାବଧାନ ରୁହନ୍ତୁ । ମତଭେଦରେ ପଶନ୍ତୁ ନାହିଁ । ନୂଆ କାର୍ଯ୍ୟରେ ସଫଳତା ମିଳିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପଦୋନ୍ନତି ପାଇବାର ସମ୍ଭାବନା ରହିଛି ।

ହନୁମାନଙ୍କ ପୂଜା କରିବା ସହ ହନୁମାନ ଅଷ୍ଟକ ପାଠ କରନ୍ତୁ

ମକର ରାଶିଫଳ 2020 -2020ରେ ବାର୍ଷିକ ରାଶିଫଳ ବେଶ ରହିବ । ମକର ରାଶି ପାଇଁ ମିଶ୍ରିତ ଫଳ ପ୍ରାପ୍ତ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ । ମାନସିକ ଚିନ୍ତାରେ ରହିପାରନ୍ତି ।

ଶନିବାରେର ଶନିଦେବଙ୍କର ପୂଜା କରନ୍ତୁ । ରାଶି ତେଲ ଲାଗି କରନ୍ତୁ ।

କୁମ୍ଭ ରାଶିଫଳ 2020 -2020 ବର୍ଷରେ ରାଶିଫଳ ବେଶ୍‌ ଭଲ ରହିବ । ଏହେ ବେଶ୍‌ ଭଲ ଫଳ ଦାୟୀ ରହିବ । ଆପଣଙ୍କୁ ଭୂମି ଘର ଓ ଗାଡି ପ୍ରାପ୍ତି ହେବାର ଯୋଗ ରହିଛି । କାର୍ଯ୍ୟକ୍ଷେତ୍ରେ ସଫଳତା ମିଳିବ । ସମ୍ପର୍କ ବି ବେଶ୍‌ ଭଲ ରହିବ ।

କୁମ୍ଭ ରାଶିର ବ୍ୟକ୍ତି ଭଲ ଫଳ ପାଇବା ପାଇଁ ଶନିଦେବଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଅଶ୍ୱତଥ ଗଛ ମୂଳେ ଜଳ ଦାନ କରନ୍ତୁ ।

ମୀନ ରାଶିଫଳ 2020 - 2020 ବର୍ଷରେ ମୀନ ରାଶିର ବ୍ୟକ୍ତି ବେଶ୍‌ ଭଲ ଫଳ ଲାଭ କରିବେ । ନିଯୁକ୍ତି କ୍ଷେତ୍ରରେ ସଫଳତା ମିଳବ । ସମସ୍ତ କ୍ଷେତ୍ରରେ ପ୍ରଶଂସା ପାଇ ପାରନ୍ତି ।

ମୀନ ରାଶିର ବ୍ୟକ୍ତି ବୃହଷ୍ପତିଙ୍କପ ମନ୍ତ୍ର ଜପ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.