ସୁପ୍ରିମ୍‌କୋର୍ଟଙ୍କୁ ଅବମାନନା ମାମଲାରେ ଛନ୍ଦି ହୋଇଥିବା କୁନାଲ କାମରା ମାଗିବେନି କ୍ଷମା, ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ଲେଖିଲେ ପତ୍ର

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩/୧୧: ସୁପ୍ରିମକୋର୍ଟ ଜଜ୍‌ଙ୍କୁ ନେଇ  ଅପମାନସୂଚକ ଟ୍ବିଟ୍‌ କରିଥିବା କୁନାଲ କାମରାଙ୍କ ବିରୋଧରେ ମାମଲା ଚଳାଇବାକୁ ଆଟର୍ଣ୍ଣି ଜେନେରାଲ୍‌ ସହମତି ଦେଇଥିଲେ। ଗୁରବୁାର କେକେ ବେଣୁଗୋପାଳ ସହମତି ଦେବା ପରେ ମଧ୍ୟ ଟ୍ବିଟ୍‌କୁ ନେଇ କ୍ଷମା ମାଗିବାକୁ ପ୍ରସ୍ତୁତ ନାହାନ୍ତି କାମରା। କୌଣସି ପ୍ରକାର ପରିସ୍ଥିତିରେ ନିଜର ମନ୍ତବ୍ୟ ବଦଳାଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ଟ୍ବିଟ୍‌ କରି କହିଛନ୍ତି କୁନାଲ୍‌।

ତେବେ ଏନେଇ ଆଟର୍ଣ୍ଣି ଜେନେରାଲ ଓ ଜଜ୍‌ମାନଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି କୁନାଲ୍‌। କୁନାଲ ଚିଠିରେ ଲେଖିଛନ୍ତି, ‘ମୁଁ ଯାହା ଟ୍ବିଟ୍‌ କରିଥିଲି ତାହାକୁ କୋର୍ଟ ଅବମାନନା ବୋଲି କହିଛନ୍ତି। ମୁଁ ଯାହା ବି ଟ୍ବିଟ୍‌ କରିଛି ତାହା କେବଳ ସୁପ୍ରିମକୋର୍ଟଙ୍କ ଏକ ପାଖିଆ ନିଷ୍ପତ୍ତିକୁ ନେଇ କରିଛି।’ ଏହାସହ ବିମୁଦ୍ରିକରଣ, ଜମ୍ମୁ କାଶ୍ମୀରକୁ ବିଶେଷ ଅଧିକାର ଦେଉଥିବା ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି କୁନାଲ କାମରା।

ସୂଚନାଯୋଗ୍ୟ, କୁନାଲ କାମରା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ନେଇ କିଛି ଟ୍ବିଟ୍‌ କରିଥିଲେ । ଟ୍ବିଟ୍‌ କରି କାମରା ଲେଖିଥିଲେ, ‘ଯେଉଁ ଗତିରେ ସୁପ୍ରିମକୋର୍ଟ ରାଷ୍ଟ୍ରୀୟ ମହତ୍ବ ମାମଲା ଗୁଡ଼ିକୁ ଡିଲ୍‌ କରୁଛନ୍ତି, ଏହା ହିଁ ସେହି ସମୟ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ଫଟୋ ସ୍ଥାନରେ ହରିଶ ସାଲଭେଙ୍କ ଫଟୋ ଲାଗିବା ଦରକାର। ଏହା ସହ ସୁପ୍ରିମକୋର୍ଟର ଜଜ୍‌ଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେବା ସହ ସୁପ୍ରିମକୋର୍ଟଙ୍କୁ ସବୁଠୁ ବଡ଼ ମଜା ବୋଲି ଟ୍ବିଟ୍‌ କରିଥିଲେ କୁନାଲ୍‌ କାମରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.