ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମରାଙ୍କ ବିରୋଧରେ ଚାଲିବ ଅବମାନନା ମାମଲା, ସହମତି ଦେଲେ ଆଟର୍ଣ୍ଣି ଜେନେରାଲ୍‌

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧: ସୁପ୍ରିମକୋର୍ଟ ଜଜ୍‌ଙ୍କୁ ନେଇ ଅପମାନକଜନକ ଟ୍ବିଟ୍‌ ପଡ଼ିଲା ମହଙ୍ଗା। ଷ୍ଟାଣ୍ଡ ଅପ୍‌ କମେଡିଆାନ୍‌ କୁନାଲ କାମରାଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲା ଚଳାଇବାକୁ ସହମତି ଦେଲେ ଆଟର୍ଣ୍ଣି ଜେନେରାଲ୍‌ କେ.କେ ବେଣୁଗୋପାଳ।

କାମରାଙ୍କ ବିରୋଧରେ ସୁପ୍ରିମକୋର୍ଟ ଜଜଙ୍କୁ ଅବମାନନା କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ ଶୀର୍ଷ ଅଧୀକାରୀଙ୍କ ସହମତି ଲୋଡ଼ିଥିଲେ କିଛି ଅଭିଯୋଗକାରୀ। ତେବେ ଗୁରୁବାର ଏଥିପାଇଁ ସହମତି ଜଣାଇଛନ୍ତି  ଆଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ।

ବେଣୁଗୋପାଳ ନିଜ ପକ୍ଷରୁ ଜଣେ ଯାଚିକାକର୍ତ୍ତାଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ଟ୍ବିଟ୍‌ କେବଳ ଆପତ୍ତିଜନକ ନୁହେଁ ବରଂ ହାସ୍ୟବୋଧ ଓ ଅଦାଲତର ଅବମାନନା ମଝିରେ ଥିବା ରେଖାକୁ ସ୍ପଷ୍ଟ ଭାବେ ଅତିକ୍ରମ କରିଛି। ତେଣୁ କୁନାଲଙ୍କ ବିରୋଧରେ ଅବମାନନା ନେଇ କାର୍ଯ୍ୟନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିବା ଲେଖିଛନ୍ତି ବେଣୁଗୋପାଳ।

wp:core-embed/twitter {"url":"https://twitter.com/ANI/status/1326844409636216832","type":"rich","providerNameSlug":"twitter","className":""}
https://twitter.com/ANI/status/1326844409636216832
/wp:core-embed/twitter

କାମରାଙ୍କ ବିରୋଧରେ ଅବମାନନା ମାମଲା ଚାଲୁ କରିବାକୁ ନେଇ ଆଟର୍ଣ୍ଣି ଜେନେରାଲଙ୍କ ସହମତି ଅପେକ୍ଷା କରିଥିଲେ ୩ ଓକିଲ। ପତ୍ର ଲେଖି ଜଣାଇଥିଲେ ଯେ, ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ କାମରା ଟ୍ବିଟ୍‌ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟ ଗରିମା କ୍ଷୂର୍ଣ୍ଣ କରିବାକୁ ପ୍ରୟାସ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.