ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଁ କେମିତି କୁମାରୀ ଓ ମହିଳାମାନେ କରନ୍ତି ହରଗୌରୀ ଯାତ୍ରାରେ କୁମକୁମ୍ ବ୍ରତ

Published By : Prameya-News7 Bureau | October 19, 2019 IST

ସୋନପୁର ୧୯।୧୦ - ସୁବର୍ଣ୍ଣପୁରରେ ଧୁମଧାମରେ ଚାଲିଛି ହରଗୌରୀ ଯାତ୍ରା । ଏହି ପୂଜାର ଏକ ଭିନ୍ନ ପରମ୍ପରା ହେଉଛି କୁମ କୁମ୍ ପୂଜା । ପରିବାରର ସୁଖ ସମୃଦ୍ଧି ପାଇଁ କୁମକୁମ ବ୍ରତ ରଖି ଦେବାଦେବୀଙ୍କ ଆଗରେ ସିନ୍ଦୁର ଖେଳିଛନ୍ତି କୁଆଁରୀ ଓ ମହିଳା ।

{"id":171859}

ସିନ୍ଦୁର ଖେଳ । ପଶ୍ଚିମବଙ୍ଗରେ ଦଶହରାରେ ମା’ ଦୂର୍ଗାଙ୍କ ଆଗରେ ମହିଳାମାନ ସିନ୍ଦୁର ଖେଳର ପରମ୍ପରା ରହିଛି । କିନ୍ତୁ ସୁବର୍ଣ୍ଣପୁର ହରଗୌରୀ ଯାତ୍ରାରେ ଆକର୍ଷଣ ପାଲଟେ ଏହି ସିନ୍ଦୁର ଖେଳ । ସ୍ଵାମୀଙ୍କ ଦୀର୍ଘାୟୁ ଜୀବନ ଓ ପରିବାରର ସୁଖ ସମୃଦ୍ଧି ପାଇଁ ସିନ୍ଦୁର ଖେଳନ୍ତି କୁଆଁରୀ ଓ ବିବାହିତ ମହିଳା ।

{"id":171864}

ଦିନସାରା ଉପବାସ ରଖି ସିଦ୍ଧି ବିନାୟକଙ୍କ ପ୍ରତିମା କୁ ପୂଜା କରନ୍ତି । ଶୃଙ୍ଖଳିତ ଭାବେ ଧାଡିରେ ବସି ଗଣେଶଙ୍କ ଆରାଧନା କରନ୍ତି । ଧୂପ ଦୀପ ଦେଇ ତେଲୁଗୁ ମନ୍ତ୍ର ଉଚ୍ଚାରଣ କରି ସ୍ବତନ୍ତ୍ର ଭାବେ ତିଆରି ପିଠା ନୈବେଦ୍ୟ ଅର୍ପଣ କରନ୍ତି । ଏହା ପରେ ମଥାରେ ସିନ୍ଦୂର ଲଗାଇ ପରସ୍ପରକୁ ସୌଭାଗ୍ୟବତୀ ହେବାର ଶୁଭେଚ୍ଛା ଜଣାଇଥାଆନ୍ତି ।

{"id":171861}

ବିଶ୍ବାସ ରହିଛି ଦେବଦେବ ମହାଦେବଙ୍କ  ସହ ଜଗତ ଜନନୀ ମାଁ ପାର୍ବତୀ ପୂଜା କଲେ କୋଟି ଜନ୍ମର ପୁଣ୍ୟ ମିଳେ । ସଧବା ମହିଳା ଏବଂ କୁଆଁରୀ ଝିଅମାନେ ରାସ୍ତାର ଉଭୟ ପାର୍ଶ୍ବରେ  ଶ୍ରୀଯନ୍ତ୍ର ଉପରେ ଏକ ପୂର୍ଣ୍ଣ କଳସ ସ୍ଥାପନ କରି ଉପରେ ଏକ ଲାଲ କପଡାକୁ ଗୁଡାଇ ତା ଉପରେ ପଦ୍ମଫୁଲ ସ୍ଥାପନ କରିଥାନ୍ତି । ଏହି ନିଆରା ପର୍ବରେ ସାମିଲ ହେ।ଇଥିଲେ ଶହ ଶହ ମହିଳା ।

{"id":171862}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.