ରାବଣଙ୍କ ଭାଇ କୁମ୍ଭକର୍ଣ୍ଣ ଥିଲେ ଜଣେ ମହାନ ବୈଜ୍ଞାନିକ : ଜାଣନ୍ତୁ ସେ ୬ ମାସ ସତରେ ଶୋଉଥିଲେ ନା ଆଉ କଣ କରୁଥିଲେ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ୱର ୧୪\୫ :  ରାମାୟଣରେ ଅନେକ ଚରିତ୍ର ସମ୍ପର୍କରେ ବିଭିନ୍ନ ତଥ୍ୟ ରହିଛି । ଏମାନଙ୍କ ମଧ୍ୟରୁ କୁମ୍ଭକର୍ଣ୍ଣ ଜଣେ ।  ରାମାୟଣ ଅନୁଯାୟୀ କୁମ୍ଭକର୍ଣ ବର୍ଷର ୬ ମାସ କେବଳ ଶୋଇରହୁଥିଲେ । କୁମ୍ଭକର୍ଣ୍ଣଙ୍କୁ ବର୍ଷକୁ ୬ ମାସ ଶୋଇ ରହିବା ପାଇଁ ବ୍ରହ୍ମା ବର ଦେଇଥିଲେ । କୁମ୍ଭକର୍ଣ୍ଣ ଭଗବାନ ବ୍ରହ୍ମାଙ୍କୁ ଏହି ବର ମାଗିଥିଲେ ଏବଂ ବ୍ରହ୍ମା ତାଙ୍କ କଥାରେ ରାଜି ହୋଇଯାଇଥିଲେ । ପିଲାଦିନୁ ଆମେ କୁମ୍ଭକର୍ଣ୍ଣଙ୍କ ବିଷୟରେ ଏହି ଗପ ଶୁଣିଆସୁଛୁ ।

{"id":111735,"align":"center","width":570,"height":448}

ତେବେ ଏହାକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ବିଶେଷଜ୍ଞଙ୍କ ପ୍ରଥମ ପ୍ରଶ୍ନ ହେଲା, ଯଦି ଜଣେ ବ୍ୟକ୍ତି ତପସ୍ୟା କରି ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରିପାରେ, ତାହେଲେ ସେ ୬ ମାସ ଧରି ଶୋଇବା ବର କାହିଁକି ମାଗିବ ।

{"id":111738,"width":579,"height":232}

ବିଶେଷଜ୍ଞଙ୍କ ଏହି ପ୍ରଶ୍ନ ଅକାଟ୍ୟ । ମହାରାଜା ରାବଣ ମହାଜ୍ଞାନୀ ଥିଲେ ବୋଲି କୁହାଯାଏ । ରାମାୟଣ ଅଧ୍ୟୟନରୁ ଜଣାପଡେ ଯେ, ରାବଣଙ୍କ ପରିବାରର ସମସ୍ତ ସଦସ୍ୟ କୌଣସି ନା କୌଣସି ବିଷୟରେ ପାରଙ୍ଗମ ଥିଲେ । କଥାରେ ଅଛି କୁମ୍ଭକର୍ଣ୍ଣ ଅଳସୁଆ ଥିଲେ । କିନ୍ତୁ ଏହାକୁ ଯୁକ୍ତିଯୁକ୍ତ ବୋଲି ବିଚାର କରୁନାହାନ୍ତି ବିଶେଷଜ୍ଞ |

{"id":111736,"width":584,"height":286}

ଅନୁସନ୍ଧାନରୁ ଜଣାପଡିଛି ଯେ, କୁମ୍ଭକର୍ଣ୍ଣ ବାସ୍ତବରେ ଜଣେ ବୈଜ୍ଞାନିକ ଥିଲେ । ସେ ବଡ ବଡ ପ୍ରୋଜେକ୍ଟରେ କାମ କରୁଥିଲେ । ଏଥିପାଇଁ ସେ ଅଜଣା ଜାଗାରେ ପ୍ରୟୋଗଶାଳା ମଧ୍ୟ କରିଥିଲେ । ଏହି ପ୍ରୟୋଗଶାଳାରେ ସେ ବର୍ଷର ୬ ମାସ ବିତାଉଥିଲେ । ଯେଉଁଥିପାଇଁ ସେ ଲୋକଙ୍କ ନଜରରୁ ଦୁରେଇ ରହୁଥିଲେ ।

{"id":111737}

ବିଶେଷଜ୍ଞଙ୍କ ଅନୂଯାୟୀ, କୁମ୍ଭକର୍ଣ୍ଣଙ୍କ ପ୍ରୟୋଗଶାଳା କିଷ୍କିନ୍ଧାର ଦକ୍ଷିଣରେ ଏକ ଗୂମ୍ଫାରେ ଥିଲା । ଏହି ଗୂମ୍ଫାରେ ଲଙ୍କାର ମହତ୍ତ୍ୱପୂର୍ଣ କାମ କରାଯାଉଥିଲା । ରାବଣ ବ୍ୟବହାର କରୁଥିବା ଅନେକ ଅସ୍ତ୍ର କୁମ୍ଭକର୍ଣ୍ଣ ତିଆରି କରୁଥିଲେ ବୋଲି କୁହାଯାଏ । ଏହାଛଡା କୁମ୍ଭକର୍ଣ୍ଣ ଅନେକ ବିମାନ ମଧ୍ୟ ତିଆରି କରିଥିଲେ । ଆଉ କିଛି ବିଶେଷଜ୍ଞଙ୍କ ମତ ଅନୁଯାୟୀ, କୁମ୍ଭକର୍ଣ୍ଣ ଲାଟିନ ଆମେରିକାର କୌଣସି ଏକ ଦେଶରେ ରହୁଥିଲେ । ନିଜେ ତିଆରି କରିଥିବା ବିମାନରେ ସେ ଯିବା ଆସିବା କରୁଥିଲେ । ଏ ସମସ୍ତ ତଥ୍ୟ ଉପରେ ସନ୍ଦେହ କରାଯାଉଛି । ବିଶେଷଜ୍ଞ ଏହାକୁ ପ୍ରମାଣ କରିବା ପାଇଁ ସାକ୍ଷ୍ୟ ପ୍ରମାଣ ଖୋଜିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.