ଜାଲରେ ପଡିଲା ବିଶାଳ କୁମ୍ଭୀର, ନଦୀରେ ଛାଡିଲା ବନ ବିଭାଗ

Published By : Prameya-News7 Bureau | December 07, 2021 IST

ପଟ୍ଟାମୁଣ୍ଡାଇ, ୦୭|୧୨: ମାଛ ଧରିବାକୁ ଯାଇ ଜାଲରେ ଫଶିଲା ବିଶାଳ ବଉଳା କୁମ୍ଭୀର । ରାତିରେ ଲୁଣା ନଦୀରେ ମାଛ ଧରୁ ଥିବା ସମୟରେ ଜାଲ ଫଶିଥିଲା କୁମ୍ଭୀର । ଏପରି ଘଟଣା ଘଟିଛି ଯଦୁପୁର ଗାଁରେ ।

ସୂଚନାନୁସାରେ, କିଛି ମତ୍ସ୍ୟଜୀବୀ ସୋମବାର ରାତିରେ ଲୁଣା ନଦୀରେ ମାଛ ଧରୁଥିଲେ । ତେବେ ମାଛଜାଲରେ ଏକ କୁମ୍ଭୀର ପଡି ଯାଇଥିଲା । ଏହାପରେ ମତ୍ସ୍ୟଜୀବୀମାନେ ଚତୁରତାର ସହ ଜାଲକୁ ବାହାର କରି ବନବିଭାଗକୁ ଖବର ଦେଇଥିଲେ । ତେବେ କୁମ୍ଭୀରକୁ ବନ ବିଭାଗ ନେଇ ନଦୀରେ ଛାଡିଥିଲା ।  କୁମ୍ଭୀରର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବନ ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.