ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ସ୍ନାନ ; ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

Published By : Prameya-News7 Bureau | January 15, 2019 IST

ପ୍ରୟାଗରାଜ ୧୫|୧: ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ-୨୦୧୯ ଆରମ୍ଭ ହୋଇଛି । ବିଳମ୍ବିତ ରାତିରୁ ଭକ୍ତମାନେ ବୁଡ ପକାଇଛନ୍ତି । ପ୍ରୟାଗରାଜରେ ଗଙ୍ଗା, ଯମୁନା ଏବଂ ସରସ୍ବତୀ ତିନି ସଂଗମସ୍ଥଳରେ ଶ୍ରଦ୍ଧାଳୁ ସାଧି ସନ୍ଥ ବୁଡ ପକାଇଛନ୍ତି । ଏଥିପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ଆସି ପହଞ୍ଚିଛନ୍ତି । ହିନ୍ଦୁ ଆସ୍ଥାର ଏହି ସବୁଠାରୁ ବଡ଼ କୁମ୍ଭରେ ସାମିଲ ହେବାପାଇଁ ସାଧୁସନ୍ଥଙ୍କ ମହା ସମାଗମ ହୋଇଛି। ମଙ୍ଗଳବାର ରବିଙ୍କ ମକର ରାଶିରେ ଚଳନ ସହ ତୀର୍ଥରାଜ ପ୍ରୟାଗର ସଂଗମ ତଟରେ ମହାସ୍ନାନ ଆରମ୍ଭ ହୋଇଛି । ସଂଗମ ତଟରେ ଚାରିପଟେ ଦେଶର ବିଭିନ୍ନ ଆଖଡ଼ାର ଶିବିର ସ୍ଥାପନ ହୋଇଛି।

{"id":74046}

ସରକାର ୧୧ ହଜାର ଶିବିର ସ୍ଥାପନ କରିଛନ୍ତି । ସକାଳ ୬ଟାରୁ ସ୍ନାନ ପର୍ବ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ସମସ୍ତ ଆଖଡାକୁ ସ୍ନାନ ପାଇଁ ୩୦ରୁ ୪୫ମିନିଟ୍ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହା କୁମ୍ଭର ସବୁଠାରୁ ବଡ଼ ଆକର୍ଷଣ ହେବ। ଏହାପରେ ବୈରାଗୀ ଏବଂ ଉଦାସୀନ ଆଖଡ଼ାର ସନ୍ନ୍ୟାସୀମାନେ ପ୍ରଥମେ ସଂଗମରେ ବୁଡ଼ ପକାଇଛନ୍ତି । ସାଧୁ ସନ୍ଥଙ୍କ ସହ ସାଧାରଣ ଶ୍ରଦ୍ଧାଳୁ ମଧ୍ୟ ସଂଗମ ସହ ଅଲଗା ଅଲଗା ଘାଟରେ ଅଧା ରାତିରୁ ସ୍ନାନ କରୁଛନ୍ତି । କଡା ସୁରକ୍ଷା ମଧ୍ୟରେ ସମସ୍ତ ଗାଟରେ ସ୍ନାନ କରିବା ସହ ପୂଜାପାଠ କରୁଛନ୍ତି । କୁମ୍ଭର ଭବ୍ୟ ଆୟୋଜନ ପାଇଁ ଉତ୍ତରପ୍ରଦେଶର ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.