Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଇଟାଲୀରୁ କୁମ୍ଭମେଳାକୁ ଆସିଥିବା ମହିଳା ପର୍ଯ୍ୟଟକ ହେଲେ ନିଖୋଜ

25/02/2019 at 4:05 PM

ପ୍ରୟାଗରାଜ ୨୫/୨: ଇଟାଲୀରୁ କୁମ୍ଭମେଳା ବୁଲିବାକୁ ଆସିଥିବା ମହିଳା ପର୍ଯ୍ୟଟକ ରବିବାର ସନ୍ଧ୍ୟାରେ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛନ୍ତି ।  ବହୁତ ଖୋଜାଖୋଜି କଲା ପରେ ମଧ୍ୟ ନମିଳିବାରୁ ତାଙ୍କ ସାଙ୍ଗମାନେ ସୂଚନା କେନ୍ଦ୍ରରେ  ପହଞ୍ଚି  ନିଖୋଜ ସମ୍ପର୍କରେ ଖବର ଦେଇଥିଲେ । ବିଦେଶୀ ପର୍ଯ୍ୟଟକ ନିଖୋଜ ହେବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ୪ଘଣ୍ଟା ପରେ ଜଣାପଡ଼ିଥିଲା ଯେ ମେଳା ଭିଡରେ ନିଜ ସାଙ୍ଗମାନଙ୍କଠୁ ଅଲଗା ହେବାପରେ ସେ ବାରଣାସୀ ଯିବା ପାଇଁ ବାହାରି ଯାଇଛନ୍ତି। କୁମ୍ଭ ମେଳା ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା ।

୨୫ବର୍ଷ ବୟସ୍କା ଇଟାଲୀ ପର୍ଯ୍ୟଟକ ଆଇରିନ୍ ଗତ କିଛି ଦିନ ହେଲା ନିଜର ଜଣେ ମହିଳା ବନ୍ଧୁ ଏବଂ ପୁରୁଷ ବନ୍ଧୁଙ୍କ ସହ ଭାରତ ଆସିଛନ୍ତି। ରବିବାର ସେ ସାଙ୍ଗଙ୍କ ସହ କୁମ୍ଭମେଳାରେ ପହଞ୍ଚିଥିଲେ। ସନ୍ଧ୍ୟାବେଳେ ସମସ୍ତେ ବୁଲୁଥିବାବେଳେ ଆଇରିନ୍ ହଠାତ୍ ଗାୟବ ହୋଇଯାଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କୁ ଖୋଜି ପାଇନଥିଲେ। ଏହାପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସର ପରାମର୍ଶରେ ସେମାନେ ସେକ୍ଟର -୪ ସ୍ଥିତ ସୂଚନାକେନ୍ଦ୍ରକୁ ଯାଇଥିଲେ ଏବଂ ଆଇରିନ୍ ନିଖୋଜ ହେବା ମାମଲା ରୁଜୁ କରିଥିଲେ।

ଆଇରିନ୍ ନୀଳ ରଙ୍ଗର ସ୍କାର୍ଫ୍ ଏବଂ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ। ଓ୍ବେୟାରଲେସରେ ସୂଚନା ପ୍ରସାରିତ କରି ପୋଲିସକର୍ମୀଙ୍କୁ ଆଇରିନଙ୍କ ଚେହେରାର ସୂଚନା ଦିଆଯାଇଥିଲା। ପୋଲିସ୍ ଅଫିସରଙ୍କ କହିବା ମୁତାବକ ରାତି ପାଖାପାଖି ୧୦ଟାବେଳେ ତାଙ୍କ ବିଷୟରେ ଜଣା ପଡ଼ିଥିଲା। ବିଦେଶୀ ପର୍ଯ୍ୟଟକ ବାରଣାସୀ ଯିବା ପାଇଁ ବାହାରି ପଡ଼ିଥିଲେ। ଫୋନ୍ ଦ୍ବାରା ତାଙ୍କ ସାଙ୍ଗଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା।

   Related Posts