କର୍ଣ୍ଣାଟକରେ ସ୍ବାମୀ ସରକାରଙ୍କ ପତନ, ହାରିଲେ ବିଶ୍ବାସ ମତ..

Published By : Prameya-News7 Bureau | July 23, 2019 IST

ବେଙ୍ଗାଳୁରୁ୨୩|୭: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରର ପତନ ହୋଇଛି। କୁମାର ସ୍ବାମୀଙ୍କ ସରକାର ବିଧାନସଭାରେ ବିଶ୍ବାସମତ ହାରିଯାଇଛି। ସରକାର ସପକ୍ଷରେ ୯୯ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୧୦୫ଟି ଭୋଟ। ଫଳରେ ଦୀର୍ଘ ୧୫ ଦିନଧରି ଲାଗି ରହିଥିବା ରାଜନୈତିକ ହାଇଡ୍ରାମାର ଅବସାନ ଘଟିଛି।

ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିପାରିବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କୁମାର ସ୍ବାମୀଙ୍କ ୧୪ ମାସର ମେଣ୍ଟ ସରକାର ପତନ ଫଳରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଆହୁରି ଉଗ୍ରରୂପ ଧାରଣ କରିଛି। ୧୪ ମାସ ତଳେ ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକୀୟ ହେଉଥିବା ନମ୍ବର ଯୋଗାଡ କରିପାରିନଥିଲା।

ଫଳରେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ମେଣ୍ଟ ହୋଇଥିଲା। ତେବେ ୧୪ ମାସ ପରେ ଶାସକ ମେଣ୍ଟର ୧୬ ଜଣ ବିଧାୟକଙ୍କ ଇସ୍ତଫା ରାଜନୈତିକ ସଂକଟ ସୃଷ୍ଟି କରିଥିଲା। ମେଣ୍ଟ ସରକାର ଅନାସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୫ ବିଧାୟକ ଥିବାବେଳେ କଂଗ୍ରେସ-ଜେଡିଏସ ମେଣ୍ଟରେ ୧୧୫ ଜଣ ବିଧାୟକ ଥିଲେ। ଦୁଇଜଣ ସ୍ବାଧୀନ ବିଧାୟକ ଥିବାଳେଳେ ବିଏସପିର ଜଣେ ବିଧାୟକ ଥିଲେ। ତେବେ ୧୫ଜଣ ବିଧାୟକ ବିଦ୍ରୋହୀ ହୋଇଯିବା ଫଳରେ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.