ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ ୧୬/୧୦: ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁ କରୋନାରେ ସଂକ୍ରମିତ। ସେ କରୋନା ଟେ​ଷ୍ଟ କରାଇ ଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ଆଇସୋଲେସନରେ ଅଛନ୍ତି ଓ ତାଙ୍କ ଚିକିତ୍ସା ମଧ୍ୟ ଚାଲିଛି। କୁମାର ସାନୁ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଟ୍ବିଟରରେ #kumarsanu ଟ୍ରେଣ୍ଡ କରୁଛି।

ସେ ଖୁବଶୀଘ୍ର ତାଙ୍କ ପରିବାରକୁ ଭେଟିବା ପାଇଁ ଲନ୍ସ ଏଞ୍ଜିଲ୍ସ ଯାଇଥାନ୍ତେ। ସେଠାକୁ ଯିବା ପାଇଁ ହିଁ ସେ କିଛି ପରୀକ୍ଷା କରିଥିଲେ। ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ଗୁରୁଗାଓଁ ଅଛନ୍ତି ଓ ସେଠାରେ ହିଁ ଆଇସୋଲେସନରେ ରହିଛନ୍ତି।

ସୂଚନାଯୋଗ୍ୟ କୁମାର ସାନୁଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ମଲାଇକା ଅରୋଡା ଓ ଅର୍ଜୁନ କପୁର ମଧ୍ୟ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.