Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟୁଜ୍ ୭ର ମଦ ବିରୋଧୀ ଅଭିଯାନକୁ ପ୍ରଶଂସା କଲେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ

23/08/2019 at 5:04 PM

ଭୁବନେଶ୍ବର ୨୩|୮: ରାଜ୍ୟରେ ମଦ ବିରୋଧୀ କରିବାକୁ ନ୍ୟୁଜ୍ ୭ର ଅଭିଯାନକୁ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଆମେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛେ । ନିଶାମୁକ୍ତ ସମାଜ ମହାତ୍ମା ଗାନ୍ଧିଙ୍କ ସ୍ବପ୍ନ ଥିଲା । ଆପଣଙ୍କ ପ୍ରୟାସକୁ ସରକାର ମାନି ନେବା ସ୍ବାଗତଯୋଗ୍ୟ ହେବ । ସରକାର ସହ ସାଧାରଣ ନାଗରିକ ମଧ୍ୟ ସଚେତିତ ହୁଅନ୍ତୁ ବୋଲି ସେ କହିଥିଲେ ।

ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ବିରୋଧରେ ଏତଲା ପ୍ରସଙ୍ଗରେ ସେ ସଫେଇ ଦେଇ କହିଛନ୍ତି ଆରଏସଏସକୁ ଅପମାନିତ କରି ନାହିଁ | ଇତିହାସରେ ଯାହା ଅଛି ତାହା ହିଁ କହିଛି | ସତ କେବେ ବି ମିଛ ହେବ ନାହିଁ | କାଶ୍ମୀର ପ୍ରସଙ୍ଗରେ କୌଣସି ଭୁଲ୍ ମନ୍ତବ୍ୟ ଦେଇ ନାହିଁ | ଅଗଣତାନ୍ତ୍ରିକ ଉପାୟରେ ଧାରା ୩୭୦ ଉଚ୍ଛେଦ ସହ ମୁଁ ଅସହମତ | ପୋଲିସ ପକ୍ଷରୁ କୌଣସି ନୋଟିସ୍ ମିଳି ନାହିଁ ବୋଲି ସେ କହିଛନ୍ତି ।

   Related Posts