Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅର୍ଥନୀତି ଲାଗି ଗତ ୧୦୦ ବର୍ଷର ସବୁଠୁ ବଡ ସଂକଟ ହେଉଛି Covid: କୁମାର ମଙ୍ଗଳମ ବିରଲା

16/08/2020 at 8:03 PM

ନୂଆଦିଲ୍ଲୀ ୧୬।୮: କୋଭିଡ-୧୯କୁ ଅର୍ଥନୀତି ଲାଗି ୧୦୦ ବର୍ଷର ସବୁଠୁ ବଡ଼ ସଂକଟ ବୋଲି କହିଛନ୍ତି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍‌ କୁମାର ମଙ୍ଗଳମ ବିରଲା। ଏଥିଲାଗି ଜାରି ଲକଡାଉନ୍ ଶତାବ୍ଦୀରେ ଥରେ ହେଉଥିବା ସଂକଟ ଏବେ ଛିଡା କରିଥିବା ବେଳେ ୨୦୨୦-୨୧ ଆର୍ଥିକବର୍ଷରେ  ଗ୍ରସ ଡୋମେଷ୍ଟିକ୍ ପ୍ରଡକ୍ଟ (ଜିଡିପି)ର ଆକାର ହ୍ରାସ କରିଛି। 

ଅଂଶଧାରୀଙ୍କୁ ଲେଖିଥିବା ପତ୍ରରେ ବିରଲା ଲେଖିଛନ୍ତି ଯେ ଭାରତରେ କୋଭିଡ-୧୯ ଏପରି ଏକ ସମୟରେ ଆସିଲା ଯେତେବେଳେ ବୈଶ୍ୱିକ ଅନିଶ୍ଚିତତା ଯୋଗୁ ଘରୋଇ ଆର୍ଥ ବ୍ୟବସ୍ଥା (ଡିଏଫଏସ୍) ଚାପରେ ରହିଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ଉପୁଜିଥିଲା। ବିରଲା କହିଛନ୍ତି ଏକ ଅନୁମାନ ଅନୁସାରେ ଦେଶର ୮୦ ପ୍ରତିଶତ ଜିଡିପି ସେହି ସବୁ ଜିଲ୍ଲାମାନଙ୍କରୁ ଆସୁଥିଲା ଯେଉଁ ଜିଲ୍ଲାମାନଙ୍କୁ କରୋନା ଲକଡାଉନରେ ରେଡ ଓ ଅରେଞ୍ଜ କ୍ଷେତ୍ର ଭାବେ ଚିହ୍ନିତ କରାଯାଇଛି। ଏହି ସବୁ କ୍ଷେତ୍ରରେ ଆର୍ଥିକ ଗତିବିଧି ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏଣୁ ଜାରି ଆର୍ଥିକ ବର୍ଷରେ ଜିଡିପି ହ୍ରାସ ଦେଖାଦେବାକୁ ଥିବା ବେଳେ ଗତ ୪ ଦଶନ୍ଧୀରେ ଏହା ପ୍ରଥମ ଥର ହେବ ବୋଲି ବିରଲା ଅଂଶୀଦାରଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ ଏବେ ଅନିଶ୍ଚିତତାର ଯେଉଁ କୁହୁଡି ରହିଛି ସେଥିରେ କୌଣସି ଅନୁମାନ, ଆକଳନ କରିବା ମଧ୍ୟ କଷ୍ଟକର। ତେବେ ଉନ୍ନତ ନେତୃତ୍ୱ.ଦୃଢ ବ୍ୟବସାୟୀକ ଭିତ୍ତିଭୂମି ଥିବା କମ୍ପାନୀମାନେ ଏହି ଚାଲେଞ୍ଜିଂ ସମୟରେ ଚାମ୍ପିୟନ ହୋଇ ଆଗକୁ ଆସିବେ। ତେବେ ସେ କୋଭିଡ-୧୯କୁ ଅପ୍ରତ୍ୟାସୀତ ବୋଲି କହିଛନ୍ତି। ଏହା କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶଙ୍କ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏଣୁ ଆର୍ଥିକ ଗତିବିଧି ହ୍ରାସ ସହ ରୋଜଗାର ମଧ୍ୟ ବ୍ୟାପକ ହ୍ରାସ ହୋଇଛି।

ତେବେ ଦିଗ୍ଗଜ ଉଦ୍ୟୋଗପତି କହିଛନ୍ତି ଯେ ଯଦି ମହାମାରୀର ଦ୍ୱିତୀୟ ଲହରି ନ ଆସେ ତେବେ ଏହି ମାନ୍ଦାବସ୍ଥାର ପ୍ରଭାବ ଆମ ଉପରେ ସ୍ୱଳ୍ପକାଳୀକ ହେବ। ଏବେ ସାରା ଦୁନିଆରେ ଲକଡାଉନ୍‌ ହଟୁଛି, କାରବାର ମଧ୍ୟ ଆରମ୍ଭ ହେଲାଣି ଏଣୁ ଆର୍ଥିକ ଗତିବିଧି ପୁଣି ଥରେ ଆରମ୍ଭ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।  

   Related Posts