କୁମାର ବିଶ୍ୱାସ ଭାଗ୍ୟବାନ ! ୮ ମାସ ପରେ ମିଳିଲା ତାଙ୍କର ଚୋରି ହୋଇଥିବା କାର୍, ଟ୍ୱିଟ୍ କରି ଚୋରଙ୍କ ନାଁ ଜଣାଇଲେ ପୋଏଟ୍ କମ୍ ପଲିଟିସିଆନ୍

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ, ୧୯|୧୦:   ପ୍ରସିଦ୍ଧ ହିନ୍ଦୀ ଲେଖକ ତଥା କବି କୁମାର ବିଶ୍ୱାସଙ୍କ ପାଇଁ ଏକ ଖୁସି ଖବର । ଗାଜିଆବାଦ ପୋଲିସ କୁମାରଙ୍କର ଚୋରି ହୋଇଥିବା କାରକୁ ଠାବ କରିବାରେ ସଫଳ ହୋଇଛି । ଏହି କାରଟି କୁମାରଙ୍କ ଗାଜିଆବାଦସ୍ଥିତ ବାସଭବନରୁ ଫେବ୍ରୁଆରୀ ୧୫, ୨୦୧୯ରେ ଚୋରି ହୋଇଯାଇଥିଲା ।

ପୋଲିସ ୪ଜଣଙ୍କୁ ଗିରଫ କରିବା ପରେ କାରକୁ ଠାବ କରିବାରେ ସଫଳ ହୋଇଥିଲା । ଏହି କାର୍ ଚୋରମାନେ କୁମାରଙ୍କ ବିଳାସପୂର୍ଣ୍ଣ ଫର୍ଚ୍ୟୁନର କାରକୁ ଚୋରି କରିନେଇଥିଲେ ।

wp:html /wp:html

ଗାଜିଆବାଦ ପୋଲିସର କହିବାନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ କାଲୁ, କାଲା, କାମିଲ ଓ ନସିବୁଦ୍ଦୀନ । ସେମାନେ କାରର ଚେସିସ୍ ନମ୍ବରକୁ ମଧ୍ୟ ବଦଳାଇ ଦେଇଥିଲେ । ଏହାସହ ଚୋରି କାରକୁ ବିକ୍ରି କରିବାକୁ ମଧ୍ୟ ବସିଥିଲେ ।

କୁମାର ବିଶ୍ୱାସଙ୍କ କାର ସହ ପୋଲିସ ଆଉ ଏକ ଫର୍ଚ୍ୟୁନର ଓ ଏକ ମାରୁତି ସୁଜୁକି ଡିଜାୟାର ମଧ୍ୟ ଜବତ କରିଛି । ଏହାସହ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ଗଣମାଧ୍ୟମକୁ ସୂଚନା ଦେଇ ଗାଜିଆବାଦ ଏସପି କଳାନିଧି ନଇତାନୀ କହିଛନ୍ତି ଯେ, ଗିରଫ ଅଭିଯୁକ୍ତମାନେ ଗାଡିର ଚେସିସ୍, ରେଜିଷ୍ଟ୍ରେସନ ଓ ଇଞ୍ଜିନ ନମ୍ବର ବଦଳାଇ ଦେଇଥିଲେ । ସେମାନେ ଅତି ଚତୁରତାର ସହ ମାତ୍ର ୫ରୁ ୭ ମିନିଟରେ କାର୍ ଚୋରି କରି ନେଉଥିଲେ ବୋଲି ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.