ଖରାଦିନେ ପର୍ଯ୍ୟଟନ ପାଇଁ କୁଲ୍ଲୁ ମନାଲି ସବୁଠୁ ଭଲ ଡେଷ୍ଟିନେଶନ

Published By : Prameya-News7 Bureau | May 01, 2019 IST

ମନାଲି ୧/୫: ବିଶ୍ବବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ କୁଲ୍ଲୁ-ମନାଲିକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। କୁଲ୍ଲୁ-ମନାଲିର ପର୍ଯ୍ୟଟନ ବ୍ୟବସାୟ ବହୁତ ଭଲ ହୋଇଥାଏ। ତେବେ ମନାଲିରେ ଆହୁରି ବହୁ ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରା ସ୍ଥାନ ରହିଛି ଯେଉଁଠାକୁ ପର୍ଯ୍ୟଟକ ଏଯାଏଁ ପହଞ୍ଚି ପାରି ନାହାନ୍ତି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମନୋରମ ସ୍ଥାନକୁ ପହଞ୍ଚି ପାରନ୍ତି ନାହିଁ , ଯାହା ଦ୍ବାରା କୁଲ୍ଲୁ-ମନାଲିର ପର୍ଯ୍ୟଟନ ବ୍ୟବସାୟ କେବଳ କୁଲ୍ଲୁ ଯାଏଁ ସୀମିତ ରହିଛି।

{"id":109412,"width":595,"height":287}

ମନାଲି ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୂର ଥିଲେ ମଧ୍ୟ ସରକାରଙ୍କ ତରଫରୁ ପର୍ଯ୍ୟଟନ ସ୍ଥଳଗୁଡିକୁ ବିକଶିତ କରାଯାଇନାହିଁ। କୁଲ୍ଲୁ ଜିଲ୍ଲାକୁ ଆସୁଥିବା ୯୦ପ୍ରତିଶତ ପର୍ଯ୍ୟଟକ ମନାଲି ବୁଲିବାକୁ ଯାଆନ୍ତି। ଏଠାରେ ରୋହତାଙ୍ଗ ପାସ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

{"id":109413,"width":596,"height":397}

କୁଲ୍ଲୁ ଜିଲ୍ଲାର ବିଜୁଳି ମହାଦେବ,ଚନ୍ଦ୍ରଖଣି ପାସ୍,ହାମଟା,କାଇସ୍, ଧାର, ମଲାଣା, ଜାଣା, ଖୀରଗଙ୍ଗା, ଶାଙ୍ଘଡ଼, ସୋଝା,ବାହୁ, ଲାମ୍ବା ଲାମ୍ଭରୀ, ତୀର୍ଥନ ଭାଲି,ଗ୍ରେଟ୍ ହିମାଲୟାନ୍ ନ୍ୟାସନାଲ ପାର୍କ, ବଶଲେଉ ଦରା, ଜଲୋଡ଼ି ଦରା,ସରୟୋଲସର, ଭୃଗୁ, ଦଶୋହର ଏବଂ ଲାମା ଡୁଗ ଆଦି ସ୍ଥାନ ପର୍ଯ୍ୟଟନ ଦୃଷ୍ଟିରୁ ବିକଶିତ ହୋଇପାରି ନାହିଁ। କିନ୍ତୁ ତଥାପି ପର୍ଯ୍ୟଟକ ଏସବୁ ସ୍ଥାନ ଦେଖିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଆପଣ ଯଦି ଖରାଦିନେ ପର୍ଯ୍ୟଟନ କଥା ଚିନ୍ତା କରୁଥାନ୍ତି ତାହେଲେ କୁଲ୍ଲୁ ମନାଲି ନିଶ୍ଚିତ ଭାବେ ଏକ ଭଲ ଡେଷ୍ଟିନେସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.