ମଦ ନିଶାରେ ପରସ୍ପର ସହ ମାଡଗୋଳ ହେଲେ ଯୁବତୀ: ଲାତ ଗୋଇଠା ମାରିବା ଭିଡିଓ ଭାଇରାଲ

Published By : Prameya-News7 Bureau | March 03, 2021 IST

କୁଲ୍ଲୁ ୦୩/୦୩ : ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ କିଛି ଦିନ ହେଲା ଲଗାତାର ଭିଡିଓ ଭାଇରାଲ ହେଉଛି। ଏବେ ପୁଣି ଆଉ ଏକ ଭିଡିଓ ଭାଇରାଲ ହୋଇଛି। ମଦ ନିଶାରେ କିଛି ଯୁବତୀ ପରସ୍ପର ସହ ଗଣ୍ଡଗୋଳ କରିଥିବା ଭିଡିଓ ସାମ୍ନାକୁ ଆସିଛି। ବ୍ୟାସ ନଦୀ କୁଳର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ କିଛି ଯୁବତୀ ପରସ୍ପର ଯାହା ଝଗଡା କରିବା ସହ ମାରପିଟ କରିଛନ୍ତି। ଯୁବତୀମାନେ ପରସ୍ପରକୁ ଲାତ ଗୋଇଠା ମାରିଛନ୍ତି।

{"id":417354,"sizeSlug":"large","linkDestination":"none"}

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଜଣେ ଯୁବତୀକୁ ଗିରଫ କରିଛି। ଅନ୍ୟ ୪ଜଣ ନାବାଳିକା ହୋଇଥିବାରୁ ତାଙ୍କୁ ଡିଟେନ କରାଯାଇଛି। କୁଲ୍ଲୁ ଏସପି ଗୌରବ ସିଂହ ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି।

କୁଲ୍ଲୁ ପୋଲିସ ସୂଚନା ଅନୁଯାୟୀ ସମସ୍ତେ ମଦ ପିଇଥିଲେ। ଜଣକର ବୟସ ୧୯ ବର୍ଷ ଓ ଅନ୍ୟ ୪ଜଣ ନାବାଳିକା। ଧାରା ୧୧୪-୧୧୫ରେ ମାମଲା ରୁଜ୍ଜୁ କରାଯାଇଛି। ଏହା ପୂର୍ବରୁ ଡିସେମ୍ବର ୨୫ ତାରିଖରେ କୁଲ୍ଲୁ ମହିଳା ଥାନାରେ ଦୁଇ ଯୁବତୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା।

wp:embed {"url":"https://www.youtube.com/embed/eQINmHg_Yec","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/eQINmHg_Yec
/wp:embed

କୁଲ୍ଲୁ ପୋଲିସ ଅନୁଯାୟୀ ଭାଇରାଲ ହୋଇଥିବା ଏହି ଭିଡିଓରେ ଯୁବତୀ ଓ ନାବାଳିକାମାନେ ମଦ ନିଶାରେ ଥିଲେ। ମେଡିକାଲ ଟେଷ୍ଟରେ ଏହା ସ୍ପଷ୍ଟ ହୋଇଛି। ପୋଲିସ ହାଜତକୁ ଗଲାପରେ ସମସ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜାମିନ ବଣ୍ଡ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.