'ମୋତେ ଚୂଡାନ୍ତ ଏକାଦଶରେ ସାମିଲ କରିବା ଭୁଲ ହେବନି', ଏମିତି କାହିଁକି କହିଲେ କୁଲଦୀପ ଯାଦବ ?

Published By : Prameya-News7 Bureau | December 14, 2020 IST

ସିଡନୀ,୧୪/୧୨:  ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ ହେବେ ବୋଲି ଆଶା ରଖିଛନ୍ତି । ତାଙ୍କୁ ଦଳରେ ସାମିଲ କରିବା ନିଷ୍ପତ୍ତି ଭୁଲ ହେବ ନାହିଁ ବୋଲି ସେ କହିଛନ୍ତି । ଧଳା ଆଲୋକରେ ସ୍ପିନରଙ୍କୁ ବୁଝିବା ବ୍ୟାଟସମ୍ୟାନଙ୍କ ପାଇଁ କଷ୍ଟକର ବୋଲି କହିଛନ୍ତି କୁଲଦୀପ ।

ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳୁଥିବା କୁଲଦୀପ ଆଡିଲେଡରେ ଡିସେମ୍ବର ୧୭ରୁ ଆଡିଲେଡରେ ଆରମ୍ଭ ହେବାକୁ ଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ରାତିରେ ସ୍ପିନରଙ୍କ ବୋଲିଂକୁ ବୁଝିବା ବ୍ୟାଟସମ୍ୟାନଙ୍କ ପାଇଁ କଷ୍ଟକର ହେବ । କାରଣ ସ୍ପିନରମାନେ ଭିନ୍ନ ବିନ୍ନ ଭାରିଏସନର ଉପଯୋଗ କରିବେ । ଯାହା ବୋଲରଙ୍କୁ ଫାଇଦା ଦେବ । ତାଙ୍କ ପାଖରେ ଭାରତ ବାହାରେ ପିଙ୍କ୍ ବଲରେ ଖେଳିବାର ଅଭିଜ୍ଞତା ନାହିଁ । କିନ୍ତୁ ଏହି ସିରିଜ ରୋମାଞ୍ଚକର ହେବ । ଅଷ୍ଟ୍ରେଲିଆରେ ସ୍ପିନର ବିଫଳ ହେବେ ବୋଲି କହିବା ଠିକ୍ ନୁହେଁ । ଅନେକ ପରିସ୍ଥିତି ଅଛି ଯେଉଁଠି ସ୍ପିନର ମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଓ୍ୱିକେଟ ଶୀଘ୍ର ନମିଳିଲେ ଧର୍ଯ୍ୟ ରଖିବା ଜରୁରୀ ବୋଲି ସେ କହିଛନ୍ତି ।

ଭାରତର ଏହା ବିଦେଶରେ ପ୍ରଥମ ଦିବାରାତ୍ର ଟେଷ୍ଟ ହେବ । ଦଳ କୋଲକାତାରେ ପିଙ୍କ୍ ବଲ ଟେଷ୍ଟ ଖେଳିସାରିଛି । ଏହାସହ ଦଳ ଗତ ଥର ଭଳି ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କଲେ ସିରିଜ୍ ଜିତିପାରିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.