Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ

25/01/2021 at 12:20 PM

ନୀଳଗିରି,୨୫/୧:କିଛିଦିନ ଧରି କୁଲଡିହା ହାତୀପଲ ଅଭୟାରଣ୍ୟରୁ ବାହାରି ଆଖ ପାଖ ଅଂଚଳରେ ଆତଙ୍କ ଚଳାଉଛନ୍ତି। ବ୍ୟାପକ ଉପଦ୍ରଵ କରି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ବନ ବିଭାଗ ପାଇଁ ଏବେ କୁଲଡିହା ହାତୀପଲ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ରବିବାର ରାତ୍ରରେ ବାଉଁଶ ବଣିଆ ଗ୍ରାମର ରାଜେନ୍ଦ୍ର ମହାନ୍ତିଙ୍କ ବାଡ଼ିରେ ଗୋଟିଏ ଦନ୍ତା ଓ ମାଈ ହାତୀ ପଶି ତାରବାଡ଼ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ହାତୀପଲ ଗଛିତ ଥିବା ଧାନକୁ ଖାଇଥିବା ଜଣାପଡିଛି। ହାତୀ ଦୁଇଟିକୁ ଯେତେ ଘଉଡାଇଲେ ମଧ୍ୟ ଯିବା ତ ଦୁରର କଥା ବରଂ ଅଧିକ କ୍ଷତି କରିଥିବା କୁହାଯାଇଛି।

ପରିବାର ଲୋକେ ଭୟରେ ଘରୁ ବାହାରୁ ନଥିବା ବେଳେ ହାତୀ ଦୁଇଟି ଫସଲକୁ ମନ ଇଛା ନଷ୍ଟ କରିଥିବା ଦେଖାଯାଇଛି। ବାରମ୍ବାର ବନ ବିଭାଗକୁ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିବା ଅଭିଯୋଗ ଉଠିଛି।

   Related Posts