Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଅଷ୍ଟ୍ରେଲିଆରେ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ: ଏବେ ଏହି ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷରେ ସୁଯୋଗ ଦେବ ଭାରତ !

23/01/2021 at 10:26 PM

ନୂଆଦିଲ୍ଲୀ ୨୩।୦୧: ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ଜିତି ଇତିହାସ ରଚିଥିବା ଭାରତୀୟ ଦଳକୁ ଘରୋଇ ମାଟିରେ ଏବେ ଇଂଲଣ୍ଡ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ନିଜ ଘରେ ମଜବୁତ ଭାରତ ଅଷ୍ଟ୍ରେଲିଆ ପରି ଇଂଲଣ୍ଡକୁ ମଧ୍ୟ  ହରାଇ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ଜାଗା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ଟିମ୍ ଇଣ୍ଡିଆ ଯଦି ସିରିଜ୍‌କୁ ୨ ମ୍ୟାଚ୍ ବ୍ୟବଧାନରେ ବିଜୟୀ ହୁଏ ତେବେ ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ। ଅଷ୍ଟ୍ରେଲିଆ ବିରୋଧରେ ଦଳରେ ସାମିଲ ହେବା ସତ୍ତ୍ଵେ ବି ଗୋଟିଏ ବି ଟେଷ୍ଟ ଖେଳିନଥିବା ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖେଳି ପାରନ୍ତି।

ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, କୁଲଦୀପ ଯାଦବଙ୍କୁ ଏହି ସିରିଜ୍‌ରେ ଖେଳିବାର ସୁଯୋଗ ମିଳିପାରେ। ଦଳର ବୋଲିଂ କୋଚ୍ ଭରତ ଅରୁଣ କହିଛନ୍ତି, ଅଷ୍ଟ୍ରେଲିଆରେ କୁଲଦୀପ ଏଥିପାଇଁ ଖେଳିନଥିଲେ କାରଣ ଟିମ୍ ମ୍ୟାନେଜମେଣ୍ଟ ପଡିଆ  ହିସାବରେ ଖେଳାଳି ଚୟନ କରିବାର ରଣନୀତି ପ୍ରସ୍ତୁତ କରିଥିଲେ। ବୋଲିଂ କୋଚ୍ କହିଛନ୍ତି, କୁଲଦୀପଙ୍କୁ ଯେବେ ଖେଳିବାର ସୁଯୋଗ ମିଳିବ ତାଙ୍କୁ ଜଣାଇ ଦିଆଯିବ ଯେ ସେ କଣ କରି ପାରନ୍ତି। କାରଣ ସେ ନେଟ୍ସରେ ଦମଦାର ବୋଲିଂ କରୁଥିଲେ। ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଏହାକୁ ନେଇ କହିଛନ୍ତି ଯେ, ଗସ୍ତରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାରକୁ ସୁଯୋଗ ନପାଇଥିଲେ ମଧ୍ୟ କୁଲଦୀପଙ୍କ ଖେଳକୁ ନେଇ ଆଭିମୁଖ୍ୟ ବହୁତ ଚମତ୍କାର ଥିଲା।

ଉଲ୍ଲେଖଯୋଗ୍ୟ, କୁଲଦୀପ ଯାଦବ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆର ବିଗତ ଗସ୍ତରେ ଖେଳିଥିଲେ। ଗତ ଗସ୍ତରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା। କୁଲଦୀପ ସିଡନୀ ଟେଷ୍ଟରେ ଖେଳିବାର ସୁଯୋଗ ପାଇଥିଲେ। ଉକ୍ତ ମ୍ୟାଚ୍‌ରେ ସେ ୫ ଓ୍ଵିକେଟ୍ ହାସଲ କରିଥିଲେ। ଏହା ବ୍ୟତୀତ ସେ ଗୋଟିଏ ଦିନିକିଆ ଓ ଅଭ୍ୟାସ୍‌ ମ୍ୟାଚ୍‌ରେ ମଧ୍ୟ ଖେଳିଥିଲେ।

ଇଂଲଣ୍ଡ ଦଳ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବ। ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୫ରେ ଚେନ୍ନାଇରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ ୧୩ରୁ ଆରମ୍ଭ ହେବ। ଏହା ପରେ ଅହମ୍ମଦାବାଦର ନୂତନ ମୋଟେରା ଷ୍ଟାଡିୟମରେ ଫେବୃଆରୀ ୨୪ରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ମାର୍ଚ୍ଚ ୪ରୁ ଏହି ପଡିଆରେ ସିରିଜ୍‌ର ଶେଷ ମ୍ୟାଚ୍‌ ଆୟୋଜନ ହେବ। ଟେଷ୍ଟ ସିରିଜ୍ ପରେ ମାର୍ଚ୍ଚ ୧୨ରୁ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଶେଷରେ ମାର୍ଚ୍ଚ ୨୩ ରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ।

   Related Posts