Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୂଲଦୀପ ଯାଦବ ଟିକାକରଣକୁ ନେଇ ଉଠିଲା ପ୍ରଶ୍ନ : ଯାଞ୍ଚ ନିର୍ଦ୍ଦେଶ ଦେଲା କାନପୁର ପ୍ରଶାସନ

19/05/2021 at 12:24 PM

ନୂଆଦିଲ୍ଲୀ୧୯/୫ : ନିକଟରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ହେଲେ ତାଙ୍କ ଟିକାକରଣ ନେଇ ଉଠିଛି ପ୍ରଶ୍ନ । ଘଟଣାର ଯାଞ୍ଚ ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କାନପୁର ପ୍ରଶାସନ । ବାସ୍ତବରେ କୁଲଦୀପ ଯାଦବ କାନପୁର ମ୍ୟୁନିସିପାଲିଟି କର୍ପୋରେସନର ଲନରେ ଟିକା ନେଇଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଲୋକେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଡାକ୍ତରଖାନା ଯାଇ ସେମାନଙ୍କୁ ଟିକାକରଣ କରିଥିଲେ ।

ଏଭଳି ପରିସ୍ଥିତିରେ କୁଲଦୀପ ଯାଦବଙ୍କ ପାଇଁ ଟିକା ନେବା ପ୍ରୋଟୋକଲ ଭଙ୍ଗାଯାଇଛି । ଡିଏମ କହିଛନ୍ତି ଯେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଦି ଯେ କେହି ବି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୁଲଦୀପଙ୍କ ଟିକାକରଣର ଚିତ୍ର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଚିତ୍ରରେ କୁଲଦୀପ ଲନରେ ଟିକା ନେବା ନେୁଥିବା ଦେଖିବାକୁ ମିଳିଛି । ଏହି ଚିତ୍ରକୁ କୁଲଦୀପ ନିଜ ଟ୍ୱିଟର ଆକାଉଣ୍ଟରେ ବି ସେୟାର କରିଛନ୍ତି ।

ଏଥିସହ ଟିକା ନେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ତେବେ ଭାଇରାଲ ଫଟୋର ସୂଚନା ପାଇବା ପରେ ଡିଏମ ଆଲୋକ ତିୱାରୀ ଏହି ମାମଲାର ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ସେ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୁଲଦୀପଙ୍କୁ ଭିଆଇପି ଚିକିତ୍ସା ଦେବାର ଅଭିଯୋଗ ଉପରେ ଡିଏମ କହିଛନ୍ତି, “ନିୟମ ଅନୁଯାୟୀ ଟୀକାକରଣ ଦିଆଯାଉଛି । କେହି ଭିଆଇପି ଚିକିତ୍ସା ପାଇନାହାଁନ୍ତି । ମାମଲାଟି ଜାଣିବାକୁ ପାଇଛି, ଆମେ ଶୀଘ୍ର ଏହାର ଯାଞ୍ଚ କରିବୁ ।

   Related Posts