Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଭାରତୀୟ ଦଳର ସବୁଠୁ ବଡ ଦୁର୍ବଳତା ହେଉଛନ୍ତି ଏହି ବୋଲର, ସେମିରେ ଖେଳାଇବାକୁ ନେଇ ଚିନ୍ତାରେ କୋହଲି

7/07/2019 at 9:22 PM

ମଞ୍ଚେଷ୍ଟର : ଆଇସିସି ୱାର୍ଲଡ କପର ସେମିଫାଇନାଲରେ ଗର୍ବର ସହ ପାଦ ଥାପିଛି ଭାରତ। ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଟିମ୍ ଇଣ୍ଡିଆକୁ ଏହି ସୁଯୋଗ ମିଳିଛି। ଏଣୁ ମଞ୍ଚେଷ୍ଟରରେ ହେବାକୁ ଯାଉଥିବା ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ ଭାରତ। ଚଳିତ ବିଶ୍ବକପରେ ଭାରତର ପ୍ରଦର୍ଶନ ଦୃଷ୍ଟିରୁ  ନ୍ୟୁଜିଲ୍ୟାଣ୍ଡ ଉପରେ ଟିମ୍ ଇଣ୍ଡିଆର ପ୍ରଭାବ ନିଶ୍ଚିତ ରହିବ ।  ତେବେ ଏତେ ସବୁ ସତ୍ତ୍ବେ ମଧ୍ୟ କ୍ୟାପ୍ଟେନ ବିରାଟ କୋହଲି କିନ୍ତୁ ଅଶାନ୍ତ ଥିବା ପରି ମନେ ହୁଅନ୍ତି। ଏହାର କାରଣ ହେଉଛନ୍ତି ଟିମ୍ ର ଜଣେ ବୋଲର। ଚାଇନାମ୍ୟାନ୍ କୁଲଦୀପ ଯାଦବଙ୍କ ଫର୍ମ ହିଁ ପାଲଟିଛି ପୁରା ଟିମ୍ ପାଇଁ ଚିନ୍ତାର କାରଣ।

୨୦୧୯ ୱାର୍ଲଡ କପରେ ରିଷ୍ଟ ସ୍ପିନର କୁୱଦୀପ ଯାଦବ ଟିମର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ତେବେ ବିଶ୍ବକପ୍ ରେ ସେତେଟା ଭଲ ପ୍ରଦର୍ଶନ  କରିପାରୁନାହାନ୍ତି। ଟିମର ଅନ୍ୟତମ ବୋଲର ୟୁଜବେନ୍ଦ୍ର ଚହଲଙ୍କ ଯୋଗୁ  ବିଶ୍ବକପରେ ଏପର୍ଯ୍ୟନ୍ତ ତାଙ୍କର ଦୁର୍ବଳତା ଘୋଡାଇ ହୋଇରହିଛି। ହେଲେ ଟିମ୍ ଏବେ ସେମିରେ ପହଞ୍ଚିଥିବା ବେଳେ କୂଲଦୀପଙ୍କୁ ନେଇ ଚିନ୍ତାରେ ପଡିବା ସ୍ବଭାବିକ୍ । କୂଲଦୀପ ଫର୍ମକୁ ଫେରି ଆସିବେ ବୋଲି ଆଶା କରାଯାଉଛି। ହେଲେ ଗତ ମ୍ୟାଚ୍ ପର୍ଯ୍ୟନ୍ତ ବି ତାଙ୍କର ବୋଲିଂ କଳା ପ୍ରଦର୍ଶନ କରିବାରେ ଅସଫଳ ରହିଛନ୍ତି।

ବିଶ୍ବକପ୍ ରେ କୂଲଦୀପ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛନ୍ତି। ମୋଟ ୬୭ ଓଭର ବୋଲିଂ କରିଥିବା ବେଳେ ମାତ୍ର ୬ଟି ୱିକେଟ୍ ପାଇଛନ୍ତି। ସେହିପରି ବ୍ୟାଟିଂ ଲାଇନରେ ତାଙ୍କର ଷ୍ଟ୍ରାଇକ୍ ରେଟ ୬୭.୦ ପ୍ରତିଶତ ରହିଛି। କୂଲଦୀପ ୭ଟି ମ୍ୟାଚ୍ ରୁ ଷ୍ଟ୍ରାଇକ୍ ରେଟ୍ ୫.୦୨ ଅନୁସାରେ ମୋଟ ୩୩୭ ରନ୍ ପାଇଛନ୍ତି। ଏଥିରେ ଟିମ୍ ପାଇଁ କୂଲଦୀପ ନିଶ୍ଚିତ ରୂପେ ଲାଭଜନକ ନୁହଁନ୍ତି ବୋଲି ପ୍ରମାଣିତ ହେଉଛି। ଏଣୁ ସେମିଫାଇନାଲରେ ଟିମରେ ତାଙ୍କୁ ନେଇ ବିରାଟ ପଡିଆକୁ ଓହ୍ଲାଇ ପାରିବେ କି ନା ସେନେଇ ସେ ଦୋଦୁଲ୍ୟମାନ ରହିବା ସ୍ବଭାବିକ୍।

ତେବେ ସେମିରେ ଟିମ୍ ଇଣ୍ଡିଆ ଏକାଦଶରେ ବିରାଟ କେଉଁ ବୋଲରଙ୍କୁ ନେଇ ଷ୍ଟାଡିୟମରେ ଓହ୍ଲାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର। ହେଲେ ଏବେ ଟିମରେ ରବୀନ୍ଦ୍ର ଜାଡେଜାଙ୍କ ଉପସ୍ଥିତି ଯୋଗୁ ବିରାଟଙ୍କୁ ସେଭଳି କିଛି ସମସ୍ୟା ଭୋଗିବାକୁ ପଡିବନି ବୋଲି କ୍ରିକେଟ୍ ବିଷାରଦମାନେ ଆଶା ବ୍ୟକ୍ତ କରିଛନ୍ତି।

   Related Posts