ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଦଳକୁ ଫେରିବେ କୁଲଦୀପ ଯାଦବ ! ଟି-୨୦ରେ ପଦାର୍ପଣ କରି ପାରନ୍ତି ରବି ବିଶ୍ନୋଇ

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬।୦୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫେବୃଆରୀ ୬ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଆଉ କିଛି ସମୟ ପରେ ହେବ ଦଳ ଘୋଷଣା । ଦିନିକିଆ ସିରିଜ୍ ପରେ ଫେବୃଆରୀ ୧୬ରୁ ତିନି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳାଯିବ। ପିଟିଆଇ ଅନୁଯାୟୀ, ଯୁବ ଲେଗ୍ ସ୍ପିନର ରବି ବିଶ୍ନୋଇଙ୍କୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ପ୍ରଥମ ଥର ଜାତୀୟ ଦଳରେ ସାମିଲ୍ କରାଯାଇଛି। ଅନ୍ୟପଟେ ଦଳ ବାହାରେ ଥିବା ଅନୁଭବୀ ଲେଗ୍ ସ୍ପିନର କୁଲଦୀପ ଯାଦବ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ୍ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ବିସିସିଆଇର ବରିଷ୍ଠ ସୂତ୍ର ନାମ ଗୋପନ ରଖିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି, କୁଲଦୀପ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଓ୍ଵେଷ୍ଟଇଣ୍ଡିଜ ସିରିଜ୍ ପାଇଁ ରବି ବିଶ୍ନୋଇ ଦଳରେ ନୂତନ ଖେଳାଳି ଭାବେ ସାମିଲ୍ ହେବେ। ଆଶା କରାଯାଉଛି ଦ୍ରୁତ  ବୋଲର ଭୁବନେଶ୍ଵର କୁମାରଙ୍କୁ ଦିନିକିଆ ଦଳରେ ବଜାୟ ରଖାଯାଇଛି ଏବଂ ଟି-୨୦ ଦଳରୁ ବାଦ୍ ଦିଆଯାଇଛି। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଉଭୟ ଦଳରେ ସାମିଲ୍ କରାଯାଇଛି। କାରଣ କୋହଲି ବିଶ୍ରାମ ନେବାକୁ ମନା କରି ଦେଲେ।

କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଯୁଗରେ କୁଲଦୀପଙ୍କୁ ବିଶେଷ ପ୍ରାଥମିକତା ଦିଆଯାଇନଥିଲା, ମାତ୍ର ଏବେ ସେ ଦଳରେ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇ ପାରନ୍ତି। କୁଲଦୀପଙ୍କ ଗତ  ବର୍ଷ ଆଣ୍ଠୁର ଅସ୍ତ୍ରୋପଚାର ହୋଇଥିଲା। ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମା ଫିଟ୍ ହେବା ସହ ଦଳର ନେତୃତ୍ଵ ନେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.