କୁଲଭୁଷଣ ଯାଦବ ମାମଲାରେ ଓଲଟିଲା ଖେଳ, ବେକ ଫୁଟରେ ପାକିସ୍ତାନ, ଭାରତର ପଲ୍ଲା ହେଲା ଭାରି

Published By : Prameya-News7 Bureau | December 31, 2018 IST

ଦିଲ୍ଲୀ ୩୧/୧୨ : କୁଲଭୁଷଣ ଯାଦବ ମାମଲାରେ ପାକିସ୍ତାନ ଭାରତର ଦାବି ସପକ୍ଷରେ ଯିବକି ? ନିକଟରେ ଆନ୍ତର୍ଜାତିକ ସ୍ତରରେ ଘଟିଥିବା କିଛି ଘଟଣାରୁ ଏଭଳି ହୃଦବୋଧ ହେଉଛି । କୁଳଭୁଷଣ ମାମଲାରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଭାରତ ଯେଉଁ ମାମଲାର ରାୟକୁ ଉଦାହରଣ ଆକାରରେ ଉପସ୍ଥାପନ କରିଥିଲା , ସେହି ମାମଲାକୁ ଜାତିସଂଘରେ ପାକିସ୍ତାନ ସମର୍ଥନ କରିଥିବାରୁ ଏଭଳି ଧାରଣା ସୃଷ୍ଟି ହୋଇଛି ।

ଭାରତୀୟ ନାଗରିକ କୁଲଭୁଷଣ ଯାଦବଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ମୃତ୍ୟୁ ଦଣ୍ଡର ଆଦେଶ ଦେଇଛି | ଏହା ବିରୋଧରେ ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଆବେଦନ କରିଛି । କୁଳଭୁଷଣଙ୍କୁ ରାଜନୈତିକ ସହଯୋଗ ପାଇଁ ବାରଣ କରାଯାଇଛି ବୋଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଭାରତ ଅଭିଯୋଗ କରିଛି । ଏହି ଆବେଦନରେ ୨୦୦୪ ମସିହାରେ  ଅବୀନା ଏବଂ ଆଉ କେତେକ ମେକ୍ସିକନ ନାଗରିକଙ୍କୁ ରାଜନୈତିକ ସହଯୋଗ ଦିଆନଯିବା ନେଇ ଆମେରିକା ବିରୋଧରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ଦେଇଥିବା ରାୟକୁ ଉଦାହରଣ ଆକାରରେ ଉପସ୍ଥାପନ କରାଯାଇଛି । ଏହି ମାମଲାରେ ଆମେରିକା ଭିଆନା ଚୁକ୍ତି ଉଲ୍ଲଂଘନ କରିଥିବା ପ୍ରମାଣିତ ହୋଇଥିଲା | ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ମେକ୍ସିକୋ ନାଗରିକଙ୍କୁ ମେକ୍ସିକୋର ରାଜନୈତିକ ସହଯୋଗ ଉପଲବ୍ଧ କରାଯାଇନାହିଁ | ତେଣୁ ଜାତିସଂଘରେ ଗତ ସପ୍ତାହରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସର ଅବୀନା ଜଜମେଣ୍ଟକୁ ସମ୍ପୂର୍ଣ ଭାବେ ତଥା ତତ୍କାଳ ଲାଗୁକରିବା ପାଇଁ ଭାରତ ସମେତ ୬୮ ଦେଶ ଭୋଟ ଦେଇଥିଲେ । ଏଥିରେ ପାକିସ୍ତାନ ମଧ୍ୟ ସାମଲ ଅଛି । ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସଙ୍କ ଏହି ରାୟକୁ ପାକିସ୍ତାନ ସମର୍ଥନ କରୁଥିବାରୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଭାରତର ସମାନ ମାମଲା ରହିଥିବାରୁ ପାକିସ୍ତାନ ଏବେ ବେକ୍‌ ଫୁଟରେ ବୋଲି ବିଚାର କରାଯାଉଛି ।

ସୂଚନାଯୋଗ୍ୟ ଯେ, ଆଇସିଜେ ଜାତିସଂଘର ମୁଖ୍ୟ ନ୍ୟାୟିକ ଶାଖା | ୨୦୧୯ ଫେବୃଆରୀ ମାସରେ ଆଇସିଜିରେ କୁଲଭୁଷଣ ଯାଦବ ମାମଲାର ଶୁଣାଣି ଅଛି | ପାକିସ୍ତାନ କୁଲଭୁଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଜାରି କରିଛି | ତେବେ ଆଇସିଜେ କୁଲଭୁଷଣଙ୍କ ସମ୍ପର୍କରେ ଚୂଡାନ୍ତ ରାୟ ଦେବା ପୂର୍ବରୁ ପାକିସ୍ତାନ ତାଙ୍କର ମୃତ୍ୟୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଛି | ସୂଚନା ଅନୁସାରେ ଭାରତ ଆଇସିଜେଙ୍କ ଅବୀନା ଜଜମେଣ୍ଟ ସପକ୍ଷରେ ପାକିସ୍ତାନର ଭୋଟ ପ୍ରସଂଗ ଅଦାଲତରେ ଉଠାଇବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.