ମୁହଁରେ ବୋମା ଫୁଟି କୁକୁର ମୃତ,ବାରହା ଶିକାର ପାଇଁ ବିଛା ଯାଇଥିଲା ; ଅଳ୍ପକେ ବର୍ତ୍ତିଗଲେ ୩ ଜଣ

Published By : Prameya-News7 Bureau | October 11, 2020 IST

ପାଟଣା ୧୧।୧୦: କୁକୁର ମୁହଁରେ ଫୁଟିଗଲା ବୋମା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଅଭାବନୀୟ ଘଟଣା । ବଣମହୁଲଡିହା ଗାଁ ନିକଟରେ ବାରହା ଶିକାର ପାଇଁ ବୋମା ବିଛା ଯାଇଥିବା ବେଳେ ଅଘଟଣ ।

{"id":342242,"sizeSlug":"large"}

ଖବର ଅନୁଯାୟୀ, ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଖାଦ୍ୟ ଭିତରେ ବୋମା ଥିବା ବେଳେ ଏହାକୁ ଏକ କୁକୁର ଖାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ଏହି ସମୟରେ ବୋମା ଫୁଟି ଯାଇଥିଲା । ବିସ୍ଫୋରଣରେ କୁକୁର ପ୍ରାଣ ହରାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ରାସ୍ତାରେ ଯାଉଥିବା ୩ ଜଣ ଲୋକ । ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ଏନେଇ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଜଙ୍ଗଲ ଭିତରେ କିଏ ଏବଂ କିଭଳି ବାରହା ଶିକାର ପାଇଁ ବୋମା ଖଞ୍ଜିଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.