Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ବିଜେପିରେ ସାମିଲ ହେଲେ କୁଡୁମି ନେତା କମଳେନ୍ଦୁ ଲାଲ ମହନ୍ତ

10/04/2019 at 3:54 PM

ଭୁବନେଶ୍ବର ୧୦|୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି  ଆଦର୍ଶରେ  ଅନୁପ୍ରାଣିତ  ହୋଇ  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର  ପ୍ରଧାନଙ୍କ  ଉପସ୍ଥିତିରେ  ମୋରଡା  ନିର୍ବାଚନ  ମଣ୍ଡଳୀର ବିଜେଡି ଓ କୁଡୁମି ନେତା ତଥା ଶିକ୍ଷାବିତ କମଳେନ୍ଦୁ ଲାଲ ମହନ୍ତ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ମୋରଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପରେ ଆସ୍ଥା ପ୍ରକଟ କରି ମୋରଡା ବ୍ଲକର ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ନଗେନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ତଥା ବିଜେଡି ନେତା ଶାନ୍ତନୁ କୁମାର ମହାନ୍ତି, ଅବସରପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ ରବୀନ୍ଦ୍ର ନାଥ ନାନ୍ଦି, ଛାତନାଲେମ୍ପ କୋପରଟିଭ ପୂର୍ବତନ ଡାଇରେକ୍ଟର ଭୋଳାନାଥ  ଗିରି, ବରିଷ୍ଠ  ବିଜେଡି ନେତା  ତଥା ପୂର୍ବତନ ସମିତି  ସଭ୍ୟ  ରଘୁନାଥ  ମହନ୍ତ,  ଧନୁରାମ  ହାଂସଦା,  ସଂଗ୍ରାମ ହେମ୍ବମ୍ର, ବିଜୟ କୁମାର ବେହେରା, ବିଶ୍ୱଜିତ ମହାନ୍ତ. ଅମିତ କୁମାର ମାରାଣ୍ଡି, ରାମଦାସ ମାରାଣ୍ଡି, ଧଳ ମୁର୍ମୁ, ରୁଚିରାମ ହାଂସଦା, ସାଗର ଟୁଡୁ, ଜୋଶେଫ ହାଂସଦା, ମହତଙ୍ଗ ହାଂସଦା, ପ୍ରମୋଦ କୁମାର ମହନ୍ତ, ଦଶରଥ ମାଝୀ, ଅଶ୍ବିନୀ ଆଚାର୍ଯ୍ୟଙ୍କ ସମେତ ଶତାଧିକ ବିଜେଡି କର୍ମୀ ଏବଂ କୁଡୁମି  ଯୁବମଂଚର ସଦସ୍ୟମାନେ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ୍ ହେବ ବୋଲି ସମୀର କହିଛନ୍ତି ।

ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ  ହୋଇ ବିଜେପିରେ ସାମିଲ  ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ନୂତନ ଭାବେ ଯୋଗଦାନ କରିଥିବା ସଦସ୍ୟମାନେ କହିଛନ୍ତି ।

   Related Posts