ଲୋୟର ପିଏମଜିରେ ପୋଲିସ-କୁଡୁମୀ ସେନା ଧସ୍ତାଧସ୍ତି ; ପୋଲିସ ଗାଡିରୁ ସଭାପତିଙ୍କୁ ଛଡାଇନେଲେ ଆନ୍ଦୋଳନକାରୀ
7/12/2018 at 1:17 PM

ଭୁବନେଶ୍ବର ୦୭|୧୨:ଭୁବନେଶ୍ବର ଲୋୟର ପିଏମଜିରେ କୁଡୁମି ସେନା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତିହୋଇଛି । କୁଡୁମି ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ପାଇଁ କୁଡୁମି ସମାଜ ପକ୍ଷରୁ ଲୋୟର ପିଏମଜିଠାରେଆନ୍ଦୋଳନ କରୁଥିଲେ । କୁଡୁମି ସମାଜ ସଭାପତିଙ୍କୁ ପୋଲିସ ଗିରଫକରି ନେଉଥିଲା । ଏହି ସମୟରେ ଆନ୍ଦୋଳନକାରୀକୁଡୁମି ସମାଜର ସଦସ୍ୟମାନେ ପୋଲିସ ଗାଡିରୁ ସଭାପତିଙ୍କୁ ଜୋର ଜବରଦସ୍ତ ଟାଣିନେଇଥିଲେ । ଫଳରେ ପୋଲିସଓ ଆନ୍ଦୋଳନକାରୀ କୁଡୁମି ସମାଜ ମଧ୍ୟରେ ବେଶ୍ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ଘଟଣାସ୍ଥଳରେପ୍ରବଳ ଉତ୍ତେଜନା ଦେଖାଦେବାରୁ ଅଧିକ ପୋଲିସ ମୁତୟନ ହୋଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନରହିଛି । କୁଡୁମି ସମାଜ ଆନ୍ଦୋଳନରେ ବସିଥିବାବେଳେ ତାଙ୍କୁ ଆଲୋଚନା ପାଇଁ ସଚିବାଳୟକୁ ଡକାଯାଇଛି।

ସୂଚନାଯୋଗ୍ୟ ଯେ, ଓଡିଶାରେ୨୫ଲକ୍ଷ କୁଡୁମୀ ସେନା ଅଛନ୍ତି । ସେମାନେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦଗଡ, ଯାଜପୁର ଓ ଏହାର ନିକଟବର୍ତ୍ତୀଜିଲ୍ଲାମାନଙ୍କରେ ରହୁଛନ୍ତି । ସାମାଜିକ, ଆର୍ଥିକ, ଶିକ୍ଷାଗତ ଓ ଅର୍ଥନୈତିକ କ୍ଷେତ୍ରରେ ସେମାନେଅନଗ୍ରସର । ବିକାଶ ସହ ଅନସୂଚିତ ଜନଜାତିରେ ପୁନଃ ଅନ୍ତର୍ଭୁକ୍ତ ହେବା ପାଇଁ ସେମାନେ ବହୁ ଦିନରୁଆନ୍ଦୋଳନ କରିଆସୁଥିଲେ । ପୂର୍ବରୁ ସେମାନେ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ ଥିଲେ । ସାମାଜିକଏ ସାଂସ୍କୃତିକ ଦୃଷ୍ଟିକୋଣରୁ ଏବେ ମଧ୍ୟ ସେମାନେ ଆଦିବାସୀ ରୂପରେ ପରିଚିତ ହୋଇସାରିଛନ୍ତି । ଆଦିବାସୀଶିବିରରେ ତାଲିକାଭୁକ୍ତ ହେବା ପାଇଁ ଯେଉଁ ୪ଟି ଗୁଣର ଆବଶ୍ୟକତା ରହିଛି ତାହା ସେମାନଙ୍କ ନିକଟରେଥିବା ସେମାନେ ଦାବି କରିଛନ୍ତି । ସେମାନଙ୍କର ସ୍ବତନ୍ତ୍ର ଭାଷା କୁଡୁମାଲି ରହିଛି । ସେମାନଙ୍କରସ୍ବତନ୍ତ୍ର ସଂସ୍କୃତି ଓ ଧାର୍ମିକ ବିଶ୍ବାସ ରହିଛି । ଆର୍ଥିକ ଓ ଶିକ୍ଷାଗତ ଭାବେ ସେମାନେ ଅତ୍ୟନ୍ତଦୁର୍ବଳ ରହିଛି । ସାମାଜିକ ଭାବେ ଏମାନେ ଅନ୍ୟ ସାଧାରଣବର୍ଗଠାରୁ ଦୂରତ୍ବ ରକ୍ଷା କରନ୍ତି ।
କୁଡୁମୀ ସେନା ଓଡିଶା ଜାତିକୁ ପୁନଃ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ସେମାନେ ଆନ୍ଦୋଳନ କରିଆସୁଥିଲେ। ଆଜି ସବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଥିଲା । ଫଳରେ ପୋଲିସ ସେନା ସଭାପତିଙ୍କୁ ଉଠାଇନେଇଥିଲା। ପୋଲିସ ଗାଡିରୁ ସଭାପତିଙ୍କୁ ଛଡାଇ ଆଣିଛନ୍ତି ଆନ୍ଦୋଳନକାରୀ ସୁଡୁମୀ ସେନା ସଦସ୍ୟ ।