କୂଅରେ ପଡି ଚାଲି ଗଲା ୫ ବର୍ଷର ଛୁଆର ଜୀବନ

Published By : Prameya-News7 Bureau | July 14, 2020 IST

ନୂଆପଡା୧୪/୭: କୂଅ ପଡି ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ। ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖେଳିବା ବେଳେ କୂଅରେ ପଡି ଶିଶୁପୁତ୍ରଟିର ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ କହ୍ନେୟା।  ଏନେଇ କୋମନା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ପୂର୍ବାହ୍ନ ୧୧ ଟାରେ ପାଣ୍ଡେଲବାହାଲି ଗାଁର ତୁକାରାମ ଦୁରିଆଙ୍କ ବଡ ପୁଅ କ୍ରିଷ୍ଣା ତାଙ୍କ ବୟସ ୭ ବର୍ଷ ଏବଂ ସାନ ପୁଅ କହ୍ନେୟା ଏବଂ ସେହି ଗାଁର ଦିଗାମ୍ବର ତାଣ୍ଡିଙ୍କ ପୁଅ ଆରତଙ୍କ ଘର ସମ୍ମୁଖରେ ଖେଳୁ ଥିଲେ । ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଗାଁର ଧନୁ ତାଣ୍ଡିଙ୍କ କୂଅ ଖୋଲା ରହିଥିଲା।  ଏହି ୩ ଶିଶୁ କୂଅ ଖେଳୁଥିବା ବେଳେ କହ୍ନେୟା କୂଅରେ ପଡି ଯାଇଥିଲେ। ଏହି ଖବର ବଡ ପୁଅ କ୍ରିଷ୍ଣା ପରିବାର ଲୋକଙ୍କୁ ଜଣାଇବାରୁ କୋମନା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଥିଲେ। ଏବେ କୋମନା ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.