୫୧୦୦ ଟଙ୍କା ମହଙ୍ଗା ହେଲା KTM ବାଇକ୍

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭/୦୫ : ଲକଡାଉନ ନିୟମ କୋହଳ ହେବାପରେ କେଟିଏମ ବାଇକ କମ୍ପାନୀ ନିଜର କାମ ପୁଣି ଆରମ୍ଭ କରିଥିବା ସୂଚନା ଦେଇଛି | ଏହାସହ ଦେଶରେ ଅନେକ ଡ଼ିଲରସିପ ମଧ୍ୟ ଆରମ୍ଭ କରିଛି | ଏପ୍ରିଲ ୧ ତାରିଖ ପରେ କମ୍ପାନୀ ପ୍ରଥମଥର ପାଇଁ ବିଏସ ୬ ମଡେଲ ବାଇକ ବିକ୍ରି କରିବ | କମ୍ପାନୀ ନିଜ ବାଇକର ଦର ୫ ହଜାର ୧୦୦ ଟଙ୍କା ବଢ଼ାଇ ଦେଇଛି |

{"id":271487,"sizeSlug":"large"}

କମ୍ପାନୀ ୨୦୦ ସିସି ପ୍ଲାଟଫର୍ମ ମୂଲ୍ୟ ୪ ହଜାର ୯୬ ଟଙ୍କା ବଢ଼ିଥିବାବେଳେ ଆରସି ୩୯୦ ଏବଂ ୩୯୦ ଆଡଭେଞ୍ଚର ପ୍ଲାଟଫର୍ମ ମୂଲ୍ୟ ୫ ହଜାର ୧୦୦ ଟଙ୍କା ବଢ଼ିଛି | କେଟିଏମର ସବୁଠାରୁ ଶସ୍ତା ମଡେଲ କେଟିଏମ ୧୨୫ ର ମୂଲ୍ୟ ୪ ହଜାର ୨୨୩ ଟଙ୍କା ବଢିଛି | ଏହି ମଡେଲ ୨୦୧୮ ରେ ଲଞ୍ଚ ହୋଇଥିଲେ | ବର୍ତ୍ତମାନ ଏହାର ମୂଲ୍ୟ ୨୫ ହଜାର ଟଙ୍କା ବୃଦ୍ଧି ପାଇଛି |

{"id":271488,"sizeSlug":"large"}

ବର୍ତ୍ତମାନ DUKE ୧୨୫ ର ମୂଲ୍ୟ ୧୪୨୨୬୫ ଟଙ୍କା ରହିଛି ଯାହା ପୂର୍ବରୁ ୧୩୮୦୪୨ ଟଙ୍କା ଥିଲା |

DUKE 200 ର ମୂଲ୍ୟ ୧୭୬୮୪୫ ଟଙ୍କା ହୋଇଛି ଯାହା ପୂର୍ବରୁ ୧୭୧୭୪୯ ଟଙ୍କା ଥିଲା

DUKE 250 ର ମୂଲ୍ୟ ବୃଦ୍ଧି ପାଇ ୨୦୫୩୨୨ ଟଙ୍କା ହୋଇଛି ଯାହା ପୂର୍ବରୁ ୨ ଲକ୍ଷ ୫୭୬ ଟଙ୍କା ଥିଲା

DUKE 390 ର ମୂଲ୍ୟ ବୃଦ୍ଧି ପାଇ ୨ ଲକ୍ଷ ୫୭ ହଜାର ୯୦୬ ଟଙ୍କା ହୋଇଛି ଯାହା ପୂର୍ବରୁ ୨ ଲକ୍ଷ ୫୨ ହଜାର ୯୨୮ ଟଙ୍କା ଥିଲା

{"id":271490,"width":574,"height":432,"sizeSlug":"large"}

RC125 ର ମୂଲ୍ୟ ୧ ଲକ୍ଷ ୫୯ ହଜାର ୬୨୯ ହୋଇଛି ଯାହାର ମୂଲ୍ୟ ପୂର୍ବରୁ  ୧ଲକ୍ଷ ୫୫ ହଜାର ୨୭୭ ଟଙ୍କା ଥିଲା

RC 200 ୪ ହଜାର ୯୬ ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୮୬୪ ଟଙ୍କା ହୋଇଛି ଯାହା ପୂର୍ବରୁ ୧ ଲକ୍ଷ ୯୬ ହଜାର ୭୬୮ ଟଙ୍କା ଥିଲା

RC 390 ୫୧୦୦ ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୫୩ ହଜାର ୧୮୪ ହୋଇଛି ଯାହା ପୂର୍ବରୁ ୨ ଲକ୍ଷ ୪୮ ହଜାର ୭୫ ଟଙ୍କା ଥିଲା

 390 Adventure ୫୧୦୦ ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ୪ ହଜାର ୧୧୦ ଟଙ୍କା ହୋଇଛି ଯାହା ପୂର୍ବରୁ ୨ ଲକ୍ଷ ୯୯ ହଜାର ଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.