Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ସବୁଠୁ ସୁନ୍ଦରୀ ମହିଳା , କିନ୍ତୁ ସେ ୪ଟି ପିଲାଙ୍କ ମାଆ

4/02/2020 at 6:10 PM

ବୁଲଗେରିଆ ୪।୨: ୪୩ ବର୍ଷୀୟ ଜେନିଆ ଭରବିଟକାୟା ବିଶ୍ୱର ‘ମିସେସ୍ ୟୁନିଭର୍ସ କ୍ଲାସିକ୍ ବିୟୁଟି’ ପ୍ରତିଯୋଗିତା ବିଜୟୀନୀ ହୋଇଛନ୍ତି । ବୁଲଗେରିଆ ସୋଫିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭରବିଟକାୟା ସେଣ୍ଟ ପିଟର୍ସବର୍ଗର ବାସିନ୍ଦା ।

ଜେନିଆ ଗତ ବର୍ଷ ମିସେସ୍ ସେଣ୍ଟ ପିଟର୍ସବର୍ଗ ଟାଇଟଲ ଜିତିଥିଲେ । ଏହାପରେ ସେ ବିଶ୍ୱର ମିସେସ୍ ୟୁନିଭର୍ସ କ୍ଲାସିକ୍ ବିୟୁଟି ପ୍ରତିଯୋଗତାରେ ଭାଗ ନେବା ପାଇଁ ସୁଯୋଗ ପାଇଥିଲେ। ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ଜେନିଆ କୋକେସେନିକ ଟୋପି ସହ ରୁଷ୍‌ର ରାଷ୍ଟ୍ରୀୟ ପୋଷାକ ପିନ୍ଧିଥିବାର ଦେଖାଯାଇଥିଲା । ଟ୍ୟାଲେଣ୍ଟ ରାଉଣ୍ଡରେ ଜେନିଆ ସ୍ପେନ୍‌ର ଏକ ଗୀତ ଗାଇଥିଲେ ।

ମିସେସ୍ ୟୁନିଭର୍ସ କ୍ଲାସିକ୍ ବିୟୁଟି ପ୍ରତିଯୋଗତାରେ ଭାଗ ନେବା ପାଇଁ କିଛି ସର୍ତ୍ତ ରହିଛି । ଯେପରି ପ୍ରତିଯୋଗୀ ବିବାହିତା ହୋଇଥିବେ ଓ ତାଙ୍କ ବୟସ ୪୦ ବର୍ଷ ମଧ୍ୟରେ ହୋଇଥିବ । ତେବେ ଜେନିଆଙ୍କ ବୟସ ୪୩ ଓ ସେ ଚାରୋଟି ପିଲାଙ୍କ ମାଆ। ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

ଜେନିଆଙ୍କୁ ନାଚିବା ପସନ୍ଦ ଲାଗେ । ଖାସ୍‌କରି ଟାଙ୍ଗୋ ନାଚ କରିବା ତାଙ୍କ ପସନ୍ଦ ।

   Related Posts