କରୋନା ସଂକ୍ରମଣରୁ ରକ୍ଷା କରିବ ସ୍ୱତନ୍ତ୍ର ମ୍ୟାଟ ! ଘରକୁ ପ୍ରବେଶ କରିବନି ଭାଇରସ, ଜାଣନ୍ତୁ କେଉଁଥିରେ ତିଆରି ଏବଂ କଣ ରହିଛି ବିଶେଷତ୍ୱ

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬/୦୬ : କରୋନା ସଂକ୍ରମଣରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରତିଦିନ ନୂଆ ନୂଆ ପ୍ରକ୍ରିୟା ଆରମ୍ଭ ହେଉଛି | କେରଳ ସରକାରଙ୍କ ଏକ କମ୍ପାନୀ କେରଳ ଷ୍ଟେଟ କେୟାର କର୍ପୋରେସନ KSCC-Kerala State Coir Corporation ଏହି କ୍ରମରେ ସଂଯୋଗ ହୋଇଛି | KSCC ନଡ଼ିଆ କତାରେ ମ୍ୟାଟ ତିଆରି କରୁଛନ୍ତି ଯେଉଁଥିରେ ସାନିଟାଇଜେସନ ସୁବିଧା ରହିଛି | ଏହି ବିଶେଷତ୍ୱ ପାଇଁ ଜୋତା ଚପଲ ଜରିଆରେ ଘରକୁ କରୋନା ଭାଇରସ ପ୍ରବେଶକୁ ରୋକିବାରେ ସକ୍ଷମ ହୋଇଥାଏ ଏହି ମ୍ୟାଟ | ଏହାଦ୍ୱାରା ଲୋକଙ୍କୁ କରୋନା ଭାଇରସରୁ ସୁରକ୍ଷା ମିଳିବା ସହ ସଙ୍କଟ ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାରୁ ମଧ୍ୟ ଆଶ୍ବସ୍ତି ମିଳିବ | ଏହାକୁ ଆଣ୍ଟି କୋଭିଡ ହେଲ୍ଥ ପ୍ଲସ ମ୍ୟାଟସ ନାମକରଣ କରାଯାଇଛି |

କେରଳ ଅର୍ଥମନ୍ତ୍ରୀ ଥମାସ ଆଇଜ୍ୟାକଙ୍କ ଅନୁସାରେ, କୋଭିଡ-୧୯ କାରଣରୁ ନଡ଼ିଆ କତାରେ ତିଆରି ଉତ୍ପାଦଗୁଡିକର ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ଚାହିଦା କମିଯାଇଛି | ଯାହାଫଳରେ ପୁଣି ନୂଆ ଆଇଡ଼ିଆରେ କାମ ଆରମ୍ଭ କରାଯାଇଛି | ଏହି ମ୍ୟାଟର ମୂଲ୍ୟ ୨୦୦ ଟଙ୍କା |

{"id":286971,"width":578,"height":501,"sizeSlug":"large"}

ଆଇଜ୍ୟାକ କହିଛନ୍ତି ଯେ, ୨୦୨୦ ଆର୍ଥିକ ବର୍ଷରେ ରାଜ୍ୟରେ କ୍ଵାୟାର ପ୍ରଡକ୍ସନ ପାଖାପାଖି ୩ଗୁଣ ବଢି ୨୦ ହଜାର ଟନ ହୋଇଛି | କିନ୍ତୁ ପଡୋଶୀ ରାଜ୍ୟ ତାମିଲନାଡୁରେ ଲକଡାଉନ ଜାରି ରହିଛି | କେରଳ ଫାଇବର ଆବଶ୍ୟକତା ପାଇଁ ତାମିଲନାଡୁ ଉପରେ ନିର୍ଭର କରିଥାଏ | ଇଂରାଜୀ ଖବରକାଗଜ ହିନ୍ଦୁ ବିଜନେସଲାଇନ ଅନୁଯାୟୀ, ନ୍ୟାସନାଲ କ୍ଵାୟାର ରିସର୍ଚ୍ଚ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ କ୍ଷିଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ ଫର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ନଡ଼ିଆ କତାରେ ତିଆରି ମ୍ୟାଟ ବିକଶିତ କରିଛି | ପ୍ରଥମେ ଦେଢ଼ ମାସରେ ଏମାନେ କାମ କରିଥିଲେ | ଯେହେତୁ ଏହି ମ୍ୟାଟସରେ ସାନିଟାଇଜିଙ୍ଗ ସଲ୍ୟୁସନ ରହିଛି ସେଥିପାଇଁ ଏଥିରେ ଜୋତା ଚପଲ ଘଷି ଘରକୁ ପ୍ରବେଶ କଲେ ଘରକୁ କରୋନା ଭାଇରସ ପ୍ରବେଶ କରିପାରିବ ନାହିଁ | ଏହି ମ୍ୟାଟ ଏକ କିଟ ସହ ବିକ୍ରି ହେବ ଯେଉଁଥିରେ ଟ୍ରେ ଏବଂ ସାନିଟାଇଜର ରହିଥିବ |

{"id":286973,"width":572,"height":432,"sizeSlug":"large"}

ଆଇଜ୍ୟାକ କହିଛନ୍ତି ଯେ, କମ୍ପାନୀ ନାଁ ମ୍ୟାଟ ବ୍ୟବହାର ପୂର୍ବରୁ ଟ୍ରାଏଲ କରିବ ଏବଂ ଜୁଲାଇ ମାସରୁ ଏହାର ବିକ୍ରି ଆରମ୍ଭ ହେବ | ପ୍ରଥମ ପର୍ଯ୍ୟାୟରେ ଏନ୍ଟି କୋଭିଡ ହେଲ୍ଥ ପ୍ଲସ ମ୍ୟାଟସକୁ ପ୍ରତ୍ୟେକ ପଞ୍ଚାୟତ, ନଗର ବିକାଶ କେନ୍ଦ୍ର ଏବଂ ସମ୍ବନ୍ଧିତ ସଂସ୍ଥାଗୁଡିକୁ ଦିଆଯିବ | ଦ୍ୱିତୀୟ ପର୍ଯ୍ୟାୟରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ କରାଯିବ |

{"id":286972,"width":582,"height":291,"sizeSlug":"large"}

କମ୍ପାନୀ କ୍ଵାୟାର ବୋର୍ଡ ସହିତ ମିଶି କୋଭିଡ-୧୯ ରୋଗୀଙ୍କ ପାଇଁ କ୍ଵାୟାର କଟ ଏବଂ ୟୁଜ ଆଣ୍ଡ ଥ୍ରୋ ମ୍ୟାଟ ତିଆରି କରିବା ଦିଗରେ ମଧ୍ୟ ବିଚାର କରୁଛି | ଏହି ପ୍ରଡକ୍ଟ ସଠିକ ମୂଲ୍ୟରେ ଉପଲବ୍ଧ କରାଯିବ ଯେପରି ସାଧାରଣ ଜନତା କିଣିପାରୁଥିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.