ଧକ୍କା ଦେଲା ଅଜଣା ଗାଡି, କୃଷ୍ଣସାର ମୃଗ ମୃତ

Published By : Prameya-News7 Bureau | October 02, 2021 IST

ସାନଖେମୁଣ୍ଡି, ୦୨/୧୦:  ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ରେଞ୍ଜ୍ ସୁରଙ୍ଗୀ ବିଟ କେଲୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ମୃଗଟି କେଲୁଆ ମର୍ଦରାଜପୁର ରାସ୍ତା ଅତିକ୍ରମ କରୁଥିଲା । ଏତିକି ବେଳେ କୌଣସି ଅଜଣା ଗାଡି ହରିଣକୁ ଧକ୍କା ଦେଇଥିଲା । ବନ ବିଭାଗର କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିଥିବା ସୂଚନା ମିଳିଛି । ଏନେଇ ସାମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.