କୃଷ୍ଣ ସଗରିଆ କଂଗ୍ରେସ ଛାଡିବା ପରେ ଦଳିତ ଭୋଟ୍ ମାଇନସ୍ ହେବା ଡରରେ ପ୍ରିୟଙ୍କା କୋରାପୁଟ ଆସିବେ କହୁଛନ୍ତି ତାରା !

Published By : Prameya-News7 Bureau | January 29, 2019 IST

ଜୟପୁର ୨୯|୧: ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବହିଷ୍କାର ପରେ ଆଦିବାସୀ ଓ ଦଳିତ ଭୋଟ୍ ଫାଟିବା ଭୟ ଘାରଛି କୋରାପୁଟ କଂଗ୍ରେସକୁ । ଏହାକୁ ରୋକିବାକୁ ଏବେ ଗାନ୍ଧି ପରିବାର ଭରସାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନୀପତି। ତେଣୁ ଖୁବ ଶୀଘ୍ର ପ୍ରିୟଙ୍କା ଗାନ୍ଧି ପ୍ରଚାର ପାଇଁ କୋରାପୁଟ ଆସୁଥିବା ତାରା ଘୋଷଣା କରିଛନ୍ତି । ଏହାକୁ ନେଇ ତାରାଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ।

{"id":79487}

ଫେବ୍ରୁଆରୀରେ କୋରାପୁଟ ଆସିବେ ପ୍ରିୟଙ୍କ ଗାନ୍ଧି । ସାଧାରଣ ସଭାରେ ଉଦବୋଧନ ଦେବେ । ସ୍ଥାନ କି ତାରିଖ ଚୂଡାନ୍ତ ହୋଇନଥିଲେ ମଧ୍ୟ ପ୍ରିୟଙ୍କା ଆସିବା ନିଶ୍ଚିତ । ଏହି ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଗାନ୍ଧି ପରିବାର ଉପରେ କୋରାପୁଟବାସୀଙ୍କ ଭରସା ଏବେବି ଅତୁଟ ରହିଛି। ତେଣୁ କୃଷ୍ଣ ସଗରିଆ ବିଦା ହେବା ପରେ ହୋଇଥିବା ଡ୍ୟାମେଜ କଂଟ୍ରୋଲ ପାଇଁ ପ୍ରିୟଙ୍କାଙ୍କ ଉପରେ ଭରସା କରିଛନ୍ତି ନେତା ।

{"id":79488}

ତାରାଙ୍କ ଏପରି ଉଦ୍ୟମକୁ କଟାକ୍ଷ କରିଛନ୍ତି ବିରୋଧୀ। କଂଗ୍ରେସକୁ ବୁଡିଯିବା ଡଙ୍ଗା ବୋଲି କହିଛନ୍ତି ଉଭୟ ବିଜେପି ଓ ବିଜେଡି । ରାହୁଲ କି ପ୍ରିୟଙ୍କା କେହି ଆସିଲେ ବି ଲୋକେ ଆଉ କଂଗ୍ରେସକୁ ଭରସା କରିବା ସ୍ଥିତିରେ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ନେତା ରବି ନନ୍ଦ। ସେପଟେ ବିଜେପି କହିଛି,  ବିଧାୟକ ଯେତେବେଳେ ଭରସା କରିପାରିଲେନି ସେତେବେଳେ ସାଧାରଣ ଲୋକେ କିପରି କଂଗ୍ରେସକୁ ଭରସା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.