ଆଜି ବହୁଜନ ସମାଜ ପାର୍ଟିରେ ଯୋଗ ଦେବେ କଂଗ୍ରେସ ଦଳରୁ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆ !

Published By : Prameya-News7 Bureau | February 03, 2019 IST

ଭୁବନେଶ୍ୱର ୩/୨ : କୋରାପୁଟ ବିଧାୟକ ପଦରୁ ଇସ୍ତଫା ଦେଇଥିବା ତଥା କଂଗ୍ରେସ ଦଳରୁ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆ ଆଜି ବହୁଜନ ସମାଜ ପାର୍ଟିରେ ଯୋଗ ଦେଉଛନ୍ତି । ଆଜି ଲୋୟର ପିଏମ୍ ଜି ଛକରେ ଆୟୋଜିତ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ ସଗରିଆ ନିଜ ସମର୍ଥକମାନଙ୍କ ସହିତ ଆନୁଷ୍ଠାନିକ ଭାବେ ବିଏସ୍ ପିରେ ଯୋଗଦେବେ। ମିଶ୍ରଣ ପର୍ବରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।


ସୂଚନାଯୋଗ୍ୟ ଯେ, କୃଷ୍ଣ ସଗରିଆ ଆଜି ଲୋୟର ପିଏମଜିରେ ଏକ ସଭା କରିବା ପିନ କମିଶନରେଟ ପୋଲିସକୁ ଅନୁମତି ମାଗିଥିଲେ | କିନ୍ତୁ କମିଶନରେଟ ପୋଲିସ ସାଗରିଆଙ୍କୁ ଅନୁମତି ଦେଇନଥିଲା | ସଭା ପାଇଁ ପୋଲିସର ବିନା ଅନୁମତିରେ ହୋଡିଂ ମଧ୍ୟ ଲାଗିଥିଲା | କିନ୍ତୁ ପୋଲିସ ସକାଳୁ ସବୁ ହୋଡିଂ କାଢି ନେଇଥିଲା | କିଛି କର୍ମୀ ବିରୋଧ କରିବାରୁ ପୋଲିସ କିଛି କର୍ମୀଙ୍କୁ ପୋଲିସ ଗିରଫ କରିଛି | ବିଏସପିର ରାଜ୍ୟ ସଭାପତିଙ୍କ ସହ ୨୫ ଜଣ କର୍ମୀଙ୍କୁ ପୋଲିସ ଅଟକ ରଖିଛି ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି | କୃଷ୍ଣ ସଗରିଆ ନିଜ କର୍ମୀଙ୍କ ସହ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି | କାରଣ ବାରମ୍ବାର ଅନୁମତି ମାଗିବା ପରେ ମଧ୍ୟ, ପୋଲିସ ସେମାନଙ୍କୁ ଅନୁମତି ଦେଇନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.