ନୂଆ ପଦବୀକୁ ନେଇ ଅସନ୍ତୁଷ୍ଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ: ଛାଡିପାରନ୍ତି କଂଗ୍ରେସ ସାଧାରଣ ସମ୍ପଦକ ପଦ
1/10/2018 at 1:13 PM

ଭୁବନେଶ୍ବର୧|୧୦: ସେଲ୍ ଅଧ୍ୟକ୍ଷ ପଦରୁ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ଅପସରିତ କରାଯାଇ ପିସିସି ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି । ତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କୃଷ୍ଣ ଚନ୍ଦ୍ର ସଗରିଆ । ସାଧାରଣ ସମ୍ପାଦକ ପଦବୀରୁ ଅପରାହ୍ମରେ ଇସ୍ତଫା ଦେଇପାରନ୍ତି କୃଷ୍ଣ ଚନ୍ଦ୍ର ସଗରିଆ । କଂଗ୍ରେସ ଏକ ଟିମ୍ ତାଙ୍କୁ ବୁଝାସୁଝା କରୁଛି । ପ୍ରଦୀପ ମାଝି ତାଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଦୀପ ମାଝି କହିଛନ୍ତି ଯେ, କୃଷ୍ଣଚନ୍ଦ୍ର ଅସନ୍ତୁଷ୍ଟ ଅଛନ୍ତି । ତାଙ୍କୁ ଆମେ ବୁଝାସୁଝା କରାଯାଇଛି । ସୂଚନାଯୋଗ୍ୟ ଯେ, କୃଷ୍ଣଚନ୍ଦ୍ର ଶଗରିଆ ବିଜେଡି ଲିଂକ୍ ରେ ଅଛନ୍ତି ଓ ସେ ଅତିଶୀଘ୍ର ବିଜେଡିରେ ଯୋଗ ଦେବେବୋଲି କିଛିଦିନ ହେଲା ଚର୍ଚ୍ଚା ଜାର ଧରିଛି । କିଛି ଦିନ ତଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ତାଙ୍କ ମନୋମାଲିନ୍ୟ ପଦାକୁ ଆସିଥିଲା । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡିଥିଲା ।