Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଏସପିରେ ମିଶିଲେ କଂଗ୍ରେସରୁ ବହିସ୍କୃତ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

3/02/2019 at 12:59 PM

ଭୁବନେଶ୍ୱର ୩/୨ : ବିଏସପିରେ ମିଶିଲେ କୃଷ୍ଣ ଚନ୍ଦ୍ର ସଗରିଆ | ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିଏସପିର ମିଶ୍ରଣ ପର୍ବ ଥିଲା | ମିଶ୍ରଣ ପର୍ବରେ ବିଏସପିର ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ କେନ୍ଦ୍ରୀୟ ନେତା ବୀର୍ ସିଂହ ଅଶୋକ ଉପସ୍ଥିତ ଥିଲେ |


ମିଶ୍ରଣ ପର୍ବରେ ସାମିଲ ହୋଇ ସଗରିଆ ଆଜି ବିଏସପିରେ ଯୋଗ ଦେଇଛନ୍ତି | ଦଳରେ ମିଶିବୀ ପରେ କୃଷ୍ଣ ଚନ୍ଦ୍ର ସଗରିଆ ନିଜର ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଯେ, ଦଳିତଙ୍କ ନ୍ୟାୟ ପାଇଁ ସେ ଓଡିଶା ସାରା ବୁଲିବେ | ବୁଲି ବୁଲି ରାଜ୍ୟ ସରକାରଙ୍କ ୧୯ ବର୍ଷର ବିଫଳତା ନେଇ ଲୋକଙ୍କ ମତ ସଂଗ୍ରହ କରିବେ | ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢ଼ିବେ ବୋଲି କହିଥିଲେ ସଗରିଆ | ସେ ଆହୁରି କହିଥିଲେ ଯେ, ଦଳିତଙ୍କୁ ନ୍ୟାୟ ଦେବା କଥା କହିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରିଦିଆଗଲା |

   Related Posts